Thursday, November 12, 2026
Home ଆଞ୍ଚଳିକ ସିଏଫଆଇ ପକ୍ଷରୁ ବିଭିନ୍ନ ଜିଲ୍ଲାର ସଦସ୍ୟଙ୍କୁ ନେଇ ଭର୍ଚୁଆଲ ବୈଠକ

ସିଏଫଆଇ ପକ୍ଷରୁ ବିଭିନ୍ନ ଜିଲ୍ଲାର ସଦସ୍ୟଙ୍କୁ ନେଇ ଭର୍ଚୁଆଲ ବୈଠକ

21

ହିଞ୍ଜିଳିକାଟୁ,୧୧/୬(ଜିଲ୍ଲା ଖବର) : ସାଂପ୍ରତିକ ମହାମାରୀ କରୋନା ପାଇଁ ଗତ ୨ବର୍ଷ ମଧ୍ୟରେ ଅନେକ ବେସରକାରୀ ସଂସ୍ଥାର ସ୍ଥିତି ଦୋହଲି ପଡ଼ିଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଘରୋଇ ଶିକ୍ଷା ଅନୁଷ୍ଠାନ। ଦୁଇ ବର୍ଷ ରେ ବେସରକାରୀ ଶିକ୍ଷାନୁଷ୍ଠାନ ରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।ବେସରକାରୀ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟ କରୁଥିବା ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନାଜ୍ୟ ଦାବୀ ପୂରଣ କରିବା ପାଇଁ ଜାତୀୟ ସ୍ତରର କିଛି ଶିକ୍ଷକ ଓ ଅବସରପ୍ରାପ୍ତ ପଦ ଅଧିକାରୀଙ୍କୁ ମାର୍ଗଦର୍ଶନ ରେ ଆରମ୍ଭ ହୋଇଥିବା କୋଚିଙ୍ଗ ଫେଡ୍ରେସନ୍ ଅଫ୍ ଇଣ୍ଡିଆ (ସିଏଫଆଇ) ସଂସ୍ଥାର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସଦାଶିବ ମିଶ୍ରଙ୍କ ସଂଯୋଜନ ରେ ଭର୍ଚୁଆଲ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘରୋଇ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟ କରୁଥିବା ସଦସ୍ୟ ମାନେ ଉପସ୍ଥିତି ଥିଲେ।ଓଡ଼ିଶାର ସମସ୍ତ ବ୍ଲକରେ ରହିଥିବା ଘରୋଇ ଶିକ୍ଷାନୁଷ୍ଠାନକୁ କିଭଳି ଏକତ୍ରିତ କରି ବୀମାଭୁକ୍ତ କରିବା ସହ ବିପଦ ସମୟରେ ନ୍ୟାୟ ପ୍ରଦାନ ସହ ଆଇନଗତ, ସ୍ବାସ୍ଥ୍ୟଗତ ଓ ଆର୍ଥିକଜନିତ ସୁବିଧା ପ୍ରଦାନ କରାଯିବ ସେ ସମ୍ପର୍କ ରେ ଆଲୋଚନା କରାଯାଇଛି।