Friday, November 13, 2026
Home ଆଞ୍ଚଳିକ ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ

ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ

68

ବିଷମକଟକ,୧୧/୬(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲାରମୁନିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ମନ୍ଦିର ପରିସରରେ କୋଭିଡି ନିୟମାନି ଚଳିତ ବର୍ଷର ଘୋଷଯାତ୍ରା ଅନୁଷ୍ଠିତ ହେଵ କି ନାହିଁ ସେ ନେଇ ଆଲୋଚନା ହୋଇଥିଲା ,ପୂରୀ ବ୍ୟତିତ ଅନ୍ୟ କୈଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ଏହି ଆଲୋଚନା ପରିଚାଳନା କମିଟିର ସଭାପତି ଶ୍ରୀ ସାରଙ୍ଗଧର କାଡ୍ରାକା ଙ୍କ ସଭାପତିତ୍ବରେ ରଥଯାତ୍ରା ପାଇଁ କଣ କରା ଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଉପସଭାପତି ଶ୍ରୀ ଭାଗ୍ୟ ନାଗ,ସମ୍ପାଦକ ଭି. ଚନ୍ଦ୍ରଶେଖର, ସଭ୍ୟ ମାନସ ବେହେରା, ଦିବାକର ମିଶ୍ର, ସୁଧାକର ମହାରଣା, ମନୋଜ ଚୌଧୁରୀ, ଚାନ୍ଦୁ ବାବୁ, ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ, ପ୍ରସନ କୁମାର ପଣ୍ଡା