Friday, November 13, 2026
Home ଆଞ୍ଚଳିକ କରଡାକଣା ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟର ପ୍ରଥମ ଇ –ଗ୍ରନ୍ଥାଗାର

କରଡାକଣା ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟର ପ୍ରଥମ ଇ –ଗ୍ରନ୍ଥାଗାର

77

ଶେରଗଡ,୧୧/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡ଼ାକଣା ହାଇସ୍କୁଲ ରେ ରାଜ୍ୟରେ ପ୍ରଥମ ଇ –ଗ୍ରନ୍ଥାଗାର (ଲାଇବ୍ରେରୀ )ନିର୍ମାଣ ହୋଇଛି |ଛାତ୍ର ଛାତ୍ରୀ ଙ୍କ ପଠନ ଅଭ୍ୟାସ କୁ ବୃଦ୍ଧି କରିବା ଓ ସାମଗ୍ରିକ ବିକାଶ କରିବା ଲକ୍ଷ୍ୟ ରଖି 5ଟି ର ରୂପାନ୍ତରୀଣ ସଂଜ୍ଞା ଅନୁଯାଇ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉର୍ଣ୍ଣୟନ ସଂସ୍ଥା ଦ୍ୱାରା ଉଚ୍ଚ ବିଦ୍ୟାଳୟ ଗୁଡିକରେ ଆଧୁନିକ ଗ୍ରନ୍ଥାଗାର, ସ୍ମାର୍ଟ କ୍ଲାସ,କମ୍ପ୍ୟୁଟର କକ୍ଷ, ବିଜ୍ଞାନ ପରୀକ୍ଷାଗାର, ପାନୀୟ ଜଳ,ପରିଷ୍କାର ପାଇଖାନା ଜିଲ୍ଲାର 278 ହାଇସ୍କୁଲ ରେ ଏଭଳି ନିର୍ମାଣ ହେବାକୁ ଥିବାବେଳେ ବର୍ତମାନ 25ଟି ହାଇସ୍କୁଲ ରେ ଶେଷ ପର୍ଯ୍ୟାୟରେ ଥିବାବେଳେ କରଡ଼ାକଣା ହାଇସ୍କୁଲ ପ୍ରଥମ କରି ଇ ଗ୍ରନ୍ଥାଗାର ଲୋକଲୋଚନ କୁ ଅଣାଯାଇଛି |ରାଜ୍ୟ ସରକାର ଏବଂ 5ଟି ସଚିବଙ୍କ ଏଭଳି ପଦକ୍ଷେପ କୁ ଛାତ୍ର ଛାତ୍ରୀ, ଶିକ୍ଷକ, ବିଇଓ ପ୍ରଂଶସା କରିଛନ୍ତି|