
ବିଷମକଟକ,୧୧/୬(ଜିଲ୍ଲା ଖବର) : ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ଦୀର୍ଘ ବର୍ଷ ହେଲା ମୁନିଗୁଡା ବ୍ଲକ ନିକଟରେ କଳାହାଣ୍ଡି ର ଲାଞ୍ଜିଗଡ଼ ଠାରେ ନିର୍ମାଣ କରାଯାଇଛି ସତ , କିନ୍ତୁ ପୂର୍ବରୁ ନିୟମ ଗିରି ପର୍ବତ କୁ ନିଜ ଆୟତ କୁ ଆଣିବା ନିମନ୍ତେ ବହୁ ପ୍ରୟାସ କରି ମଧ୍ୟ ବିଫଳ ହେବାକୁ ଲାଗିଛି । କାରଣ ଏହି କମ୍ପାନୀ ଟି କୌଣସି ପ୍ରକାର ଜନ ହିତ ରେ ଲାଗୁ ହେଉନି । ବହୁବାର ଏଇ ଅଂଚଳ ର ସାଧାରଣ ଲୋକ ଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗେଇ ପାରିନି । ତା ଛଡା ବେଦାନ୍ତ ଭିତରେ ଅନେକ ସବ କମ୍ପାନୀ ଗୁଡିକ ରହିଥିବା ବେଳେ ଅନେକ ଶ୍ରମିକ ଗୁଜୁରାଣ ମେଂଟେଇ ବା ନିମନ୍ତେ କାର୍ଯ୍ୟ କରି ନିଜ ଓ ନିଜର ପରିବାର ର ପେଟ ପୋଷୁ ଛନ୍ତି । ହେଲେ ଏବେ କମ୍ପାନୀ ଅଧିନସ୍ତ ପ୍ରେସେସନ ଇଂଜିନିୟ ଲିମିଟେଡ଼ ର ମନମୁଖୀ ଶାସନ ରେ ଅତିଷ୍ଠ ହୋଇ କିଛି ଶ୍ରମିକ ଗତ ମାସ ରୁ କମ୍ପାନୀ ବାହାରେ ବସି ଛନ୍ତି , ସେମାନଙ୍କୁ ଛିନ୍ନ ଭିନ କରି ଅଯଥାରେ ଭୁଆଁ ବୁଲେଇ କାମରୁ ଛଟେଇ କରି ଶ୍ରମିକ ମାରଣା ନୀତି ଆପଣେଇଛନ୍ତି । ଏ ସଂକ୍ରାନ୍ତରେ ଆମ ପ୍ରତିନିଧି ବହୁବାର ଯୋଗା ଯୋଗ କରି ଦ୍ବି ପାକ୍ଷିକ କଥା କହି ଶ୍ରମିକ ମାନଙ୍କ ପେଟ ରେ ଲାତ ମାରି ସମୟ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ବେଦାନ୍ତ କମ୍ପାନୀ pro ଗୋଟେ ପ୍ରକାର କଥା କହୁଥିବା ବେଳେ ପ୍ରେସେସନ କମ୍ପାନୀ ଶ୍ରମିକ କୁ ସେମାନଙ୍କ ସାଧାରଣ ସୁବିଧା ନ ଦେଇ , ଧମକ ଚମକ ଦେଇ ଚାଲିଛି । ଶ୍ରମିକ ମାରଣା ନୀତି ରେ ଅତିଷ୍ଠ ହୋଇ ଦୀର୍ଘ ଦିନ ହେଲା ନିଜର ପ୍ରାପ୍ୟ ପାଇଁ ନିରବ ଭାବେ ପ୍ରତିବାଦ କରିବା ଦେଖାଦେଇଛି । ପ୍ରକାଶ ଥାଉ କି କମ୍ପାନୀ ରେ ଅନେକ କାର୍ଯ୍ୟ ଆଇନ ବିରୁଦ୍ଧରେ ହେଲେମଧ୍ୟ ପ୍ରଶାସନ ତରଫରୁ ବି କୌଣସି ପଦକ୍ଷେପ ନିଆ ଯାଉନି । ଗତ ଦିନ ଲାଞ୍ଜିଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଆଗରେ ପ୍ରେସେସନ କମ୍ପାନୀ ଶ୍ରମିକ ମାନକୁ ଆଲାଉଁସ ଦେବାକୁ ଲିଖିତ ଆକାରେ ଦେଇଥିବା ବେଳେ ଏ ଜା ବତ କୌଣସି ଏଲଆଉଁ ଦେଇନାହିଁ । କିନ୍ତୁ ପ୍ରେସେସନ କମ୍ପାନୀ ମୁଖ୍ୟ ସୁଶାନ୍ତ ଶତପଥୀ ଙ୍କ ଏକ ଛତ୍ର ବାଦ ନୀତି ଯୋଗୁଁ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି । ଆମ ପ୍ରତିନିଧି ଏ ସଂକ୍ରାନ୍ତରେ ହସ୍ତକ୍ଷେପ ପରେ ଆମ ଆଗରେ ହଁ ଓ ଶ୍ରମିକ ଆଗରେ ନାଁ କରି ସମୟ ର ଅଯଥା ନଷ୍ଟ କରିଚାଲିଛି । ବର୍ତ୍ତମାନ ସ୍ଥିତି ରେ ଶ୍ରମିକ ମାନେ କଳା ହାଣ୍ଡି ଶ୍ରମ ଅଧିକାରୀ , ଆରକ୍ଷୀ ଅଧିକ୍ଷକ , ଜିଲ୍ଲା ପାଳ ଭଳି ବଡ଼ବଡ଼ିଆ ପ୍ରଶାସନିକ ଅଧିକାରୀ ଙ୍କୁ ଲିକ୍ଷିତାଙ୍କ ରେ ସେମାନଙ୍କ ସମସସ୍ୟା ର ସମାଧାନ ପାଇଁ ଜଣେଇ ଛନ୍ତି ଯଦି ସେମାନେ ନିଜର ହକ ନ ପାଆନ୍ତି ତେବେ ଆସନ୍ତା ଦିନ ରେ ଶ୍ରମିକ ମାନେ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣା ରେ ବସି ନିଜର ହକ ର ଲଢେଇ ରେ ବସିବେ ବୋଲି ଜଣେଇଛନ୍ତି । ବର୍ତ୍ତମାନ କରନା କଟକଣା ଭିତେର ଦି ବେଳା ଦି ମୁଠା ଖାଇବା କୁ ମିଳୁନଥିବା ବେଳେ ପ୍ରେସସନ କମ୍ପାନୀ ର ଏ ଭଳି ଶ୍ରମିକ ମାରଣା ନୀତି କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରାଯାଇଛି । ଦେଖିବାକୁ ବାକି ରହିଲା କେବେ ଏ ଶ୍ରମିକ ଙ୍କ ହକ ପାଇଁ ବେଦାନ୍ତ କର୍ତ୍ତୃପକ୍ଷ ଚିନ୍ତାକୁ ଆଣି ଶ୍ରମିକ ଙ୍କୁ ଟିକେ ଅସ୍ବସ୍ତି ଦେବ ସମୟ କହିବ ।
ରିପୋର୍ଟ, ପ୍ରସନ କୁମାର ପଣ୍ଡା ।


