
ବାଲିଗୁଡା,୧୦/୬{ସୁକାନ୍ତ କୁମାର ତ୍ରିପାଠୀ} : ପୌରାଣିକ କଥା ଅନୁସାରେ ଅଶ୍ୱପତି ନାମକ ଜଣେ ରାଜା ଥିଲେ ଏବଂ ଏହି ରାଜାର କିଛି ସନ୍ତାନ ନ ଥିଲା । ସନ୍ତାନ ପ୍ରାପ୍ତି ପାଇଁ ରାଜା ଏବଂ ତାଙ୍କ ପତ୍ନୀ ମାତା ସାବିତ୍ରୀ ଦେବୀଙ୍କ ନିକଟରେ କଠିନ ଯଜ୍ଞ କଲେ । ରାଜା ଏବଂ ତାଙ୍କ ପତ୍ନୀ ଉପରେ ସନ୍ତୁଷ୍ଠ ହୋଇ ସାବିତ୍ରୀ ଦେବୀ ଆଶିର୍ବାଦ କଲେ ଏବଂ ଏହି ଆଶିର୍ବାଦ ଯୋଗୁଁ ତାଙ୍କର ଗୋଟିଏ ଝିଅ ହେଲା । ଏହି ଝିଅର ନାମ ସେମାନେ ସାବିତ୍ରୀ ରଖିଲେ । ସାବିତ୍ରୀ ଦେଖିବା ପାଇଁ ଖୁବ୍ ସୁନ୍ଦର ଥିଲେ ।
ଯେତେବେଳେ ସାବିତ୍ରୀ ବଡ଼ ହେଲେ ସେ ସାଲ୍ୱା ଦେଶର ରାଜକୁମାର ସତ୍ୟବାନକୁ ବିବାହ କରିବା ପାଇଁ ଇଚ୍ଛା କଲେ । ସେତେବେଳେ ନାରଦ ମୁନି ସାବିତ୍ରୀଙ୍କୁ ସତ୍ୟବାନ ସହ ବିବାହ ନ କରିବା ପାଇଁ ବୁଝେଇଲା ଏବଂ କହିଲେ ଯଦି ତୁମେ ସତ୍ୟବାନ ସହ ବିବାହ କରିବ, ତେବେ ତାଙ୍କର ମୃତ୍ୟୁ ଘଟିବ । କିନ୍ତୁ ସାବିତ୍ରୀ ତାଙ୍କ ହୃଦୟର କଥା ଶୁଣିଲେ ଓ ସତ୍ୟବାନ ସହ ବିବାହ କରିଲେ । ବିବାହା ପରେ ସାବିତ୍ରୀ ଜାଣିଥିଲେ ଯେ, ସତ୍ୟବାନର ଶୀଘ୍ର ମୃତ୍ୟୁ ହୋଇଯିବ | ଘୋର ତପସ୍ୟା କଲେ ଏବଂ ଏହି ତପସ୍ୟା କାରଣରୁ ଯମରାଜା ସାବିତ୍ରୀଙ୍କୁ ତାଙ୍କ ସ୍ୱାମୀର ଜୀବନ ଫେରାଇ ଦେଲେ । ଏହାପର ଠାରୁ ସବୁ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କଲେ ।ସାବିତ୍ରୀ ବ୍ରତ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ କରନ୍ତି । ଏମିତି କୁହାଯାଏ କି ଏହି ବ୍ରତ ପାଳନ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମରାଜା ଠାରୁ ରକ୍ଷା କରିଥିଲେ । ଏହି ବ୍ରତ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଦିନ ପାଳିତ ହୋଇଥାଏ | ଅର୍ଥାତ ଆଜି ର ଏହି ଦିନରେ ମହିଳାମାନେ ସକାଳୁ ଉଠି ପ୍ରଥମେ ସ୍ନାନ କରନ୍ତି ଏବଂ ସ୍ନାନ ପରେ ବ୍ରତ କରିବା ପାଇଁ ସଂକଳ୍ପ ହୁଅନ୍ତି ।ଏହି ବ୍ରତ ସମୟରେ ମହିଳାମାନେ କିଛି ଖାଦ୍ୟ ଖାଆନ୍ତି ନାହିଁ ଏବଂ ନିର୍ଜଳ ଉପବାସ କରନ୍ତି । ପୂଜା ସରିଲା ପରେ ମହିଳା ମାନେ ସ୍ୱାମୀ ଙ୍କୁ ମୁଣ୍ଡିଆ ମାରି ପ୍ରସାଦ ସେବନ କରିଥାନ୍ତି |କରୋନା କଟକଣା ଯୋଗୁ ସମସ୍ତ ଦେବା ଦେବୀ ମନ୍ଦିର ବନ୍ଦ ଥିବା ଯୋଗୁ ଘରେ ଘରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି |





