Monday, November 16, 2026
Home ଆଞ୍ଚଳିକ ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା

ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା

76

ଭୁବନେଶ୍ୱର,୧୦/୬(ଜିଲ୍ଲା ଖବର) : କୋଭିଡର ୨ୟ ଲହରୀ ଜାରି ରହିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ।ରାଜ୍ୟରେ ଏବେ ସଂକ୍ରମଣ ହାର କମିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଚଳିତ ଥର ରଥଯାତ୍ରା ଆୟୋଜିତ ହେବ । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା ସର୍ବସାଧାରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ଗତ ବର୍ଷ ଭଳି କଟକଣାରେ ହେବ।ବିନା ଭକ୍ତରେ ହେବ ରଥଯାତ୍ରା ।
ଏସଆରସିଙ୍କ ସୂଚନା ଅନୁଯାୟୀ, ପୁରୀକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି । ତେବେ ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ ନୀତିକାନ୍ତି କରାଯାଇପାରିବ। ଗତବର୍ଷ କରୋନା ସଂକ୍ରମଣ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ବ୍ୟତୀତ ରାଜ୍ୟର ଅନ୍ୟ ମନ୍ଦିରରରେ ରଥଯାତ୍ରା ଲାଗି ବାରଣ କରାଯାଇଥିଲା ।

ରିପୋର୍ଟ, ସଞ୍ଜୀବ କୁମାର ।