
ବାଲିଗୁଡ଼ା,୧୦/୬{ ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ପରିସରରେ ବାଲିଗୁଡା ବ୍ଲକ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସୁରକ୍ଷା କିଟ ଶାନ୍ତି ମୈତ୍ରୀ ପକ୍ଷରୁ ଗତକାଲି ବଣ୍ଟନ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ବାରଖମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଅଭିନବ ସେନାପତି, ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ଭଗବାନ ଜେନା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ କର୍ମୀ ଙ୍କ ପରିଶ୍ରମ ବୃଥା ରେ ଯିବନି ସେମାନେ ଗ୍ରାମାଞ୍ଚଳ ରେ ଲୋକ ମାନଙ୍କ ର ସୁରକ୍ଷା ପ୍ରତି ଅନବରତ କାର୍ଯ୍ୟ କରି ଆସୁଛନ୍ତି |ଆମର ସେମାନେ ସୁରକ୍ଷା କବଚ ରୂପେ ନିଜ ପରିବାର କୁ ପଛରେ ରଖି କାର୍ଯ୍ୟ ଜାରୀ ରଖିଛନ୍ତି |ବାଲିଗୁଡା ବ୍ଲକ ର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସୁରକ୍ଷା କିଟ ପ୍ରଦାନକରିଛି ଶାନ୍ତି ମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନ|ଏଥିରେ ମାକ୍ସ, ସାନିଟାଇଜ଼ର, ବିଶୋଧନ, ଅକ୍ସସିମିଟର, ଗ୍ଲୋଭସ ଆଦି ପ୍ରଦାନ କରାଯାଇଛି |ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ସମ୍ପାଦକ ଭଗବାନ ଜେନା ବାଲିଗୁଡା ବ୍ଲକ କୁ ସମ୍ପୂର୍ଣ କୋରନା ମୁକ୍ତ ଅଂଚଳ ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି |



