Wednesday, November 11, 2026
Home ଆଞ୍ଚଳିକ ସାବିତ୍ରୀ ବଜାର ପ୍ରବଳ ଭିଡ କରୋନା କଟକଣା ଫୁ କଲେ ଗ୍ରାହକ

ସାବିତ୍ରୀ ବଜାର ପ୍ରବଳ ଭିଡ କରୋନା କଟକଣା ଫୁ କଲେ ଗ୍ରାହକ

10

ବେଲଗୁଣ୍ଠା,୯/୬(ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହର ଦ୍ରୁତ ସଂକ୍ରମଣ ଫଳରେ ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଜାରି କରାଯାଇଛି ।ଏଥି ସହିତ କେବଳ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।ଲକ୍ ଡାଉନ୍ କାରଣରୁ ବର୍ତ୍ତମାନ କିଛି ଦିନ ହେବ ସଂକ୍ରମଣ ହାର କିଛି ମାତ୍ରାରେ ହ୍ରାସ ପାଇବା ଆରମ୍ଭ ହୋଇଛି ।ଫଳରେ ଲୋକେ ଗତ କିଛି ଦିନ ହେବ ନିର୍ଦ୍ୱନ୍ଦରେ ବଜାରରେ ବୁଲାବୁଲି କରିବା ଆରମ୍ଭ କରିଦେଇଛନ୍ତି ।ସାବିତ୍ରୀ ଉପଲକ୍ଷେ ବଜାରରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି ।ବିଶେଷ କରି ଫଳ ଦୋକାନ ଗୁଡିକରେ ଭିଡକୁ ଦେଖିଲେ ଲାଗୁଥିଲା ଯେ, କରୋନା ଜମା ନାହିଁ ।କାହା ମୁହଁରେ ମାସ୍କ ଥିଲା ତ କାହା ନାକ ତଳକୁ ମାସ୍କ ଥିବା ଲକ୍ଷ୍ୟ କରାଯାଇଥିଲା ।ଆଉ କିଛି ଅମାନିଆ ଜମା ମାସ୍କ ପିନ୍ଧି ନଥିବା ମଧ୍ୟ ଦେଖାଯାଇଥିଲା ।କରୋନା ଦ୍ୱିତୀୟ ଲହରିରେ ଦୋକାନୀମାନେ ବିଶେଷ କରି ସଂକ୍ରମିତ ହେଉଥିବା ବେଳେ ଆଜିର ସାବିତ୍ରୀ ବଜାରରେ ସରକାରର ପଞ୍ଚ ସୁତ୍ରୀ ନିୟମକୁ ଫୁ କରି ଉଡାଇଦେଇଥିବା ଲକ୍ଷ୍ୟ କରାଯାଇଥିଲା ।ଏହି ଭିଡ ପୁଣି ଥରେ କରୋନାକୁ ନିମନ୍ତ୍ରଣ ବୁଦ୍ଧିଜୀବୀ ଆଲୋଚନା କରିଛନ୍ତି ।ବେଲଗୁଣ୍ଠା ସହର ବ୍ୟବସାୟୀକ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏଠାରେ ସକାଳ ୭ ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ପ୍ରବଳ ଭିଡ ସାଙ୍ଗକୁ ଟ୍ରାଫିକ ସମାସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ।ପୁର୍ବରୁ ବେଲଗୁଣ୍ଠା ପ୍ରଶାସନ ଏ ନେଇ ତାଗିଦ କରୁଥିବା ବେଳେ କିଛି ଦିନ ହେବ ଢିଲା ପଡିଯିବା ଯୋଗୁଁ ପ୍ରବଳ ଭିଡ ହେଉଛି ବୋଲି ଆଲୋଚନା ହେଉଛି ।ଏ ନେଇ ପ୍ରଶାସନ କଠୋର ନ ହେଲେ ବର୍ତ୍ତମାନ ବେଲଗୁଣ୍ଠା ଏନ୍.ଏ.ସି ରେ ସଂକ୍ରମଣ ନ ଥିବା ବେଳେ ଆଗକୁ ଏହା ସମାସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ-ଶିବରାମ ଚୌଧୁରୀ