Monday, October 12, 2026
Home ଆଞ୍ଚଳିକ ବାଣିବିହାର ମେଇନ ରୋଡ ଠାରେ ଉଚ୍ଚେଦକୁ ପଥପ୍ରାନ୍ତ କ୍ଷୁଦ୍ର ବ୍ୟବସାୟୀଙ୍କ ପକ୍ଷରୁ ଥଇଥାନ ପାଇଁ...

ବାଣିବିହାର ମେଇନ ରୋଡ ଠାରେ ଉଚ୍ଚେଦକୁ ପଥପ୍ରାନ୍ତ କ୍ଷୁଦ୍ର ବ୍ୟବସାୟୀଙ୍କ ପକ୍ଷରୁ ଥଇଥାନ ପାଇଁ ବିକ୍ଷୋଭ

25

ଆସିକା,୨୧/୧୦(ଖିରୋଦ ବେହେରା) : ବାଣିବିହାର ମେଇନ ରୋଡ ଠାରେ ଉଚ୍ଚେଦକୁ ପଥପ୍ରାନ୍ତ କ୍ଷୁଦ୍ର ବ୍ୟବସାୟିଙ୍କ ପକ୍ଷରୁ ଥଇଥାନ ପାଇଁ ବିକ୍ଷୋଭ ଅନୁÂିତ ହୋଇଯାଇଛି । ସିପିଆଇଏମ ବସ୍ତି ବାସିନ୍ଦା ସଂଘ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା । ଦିର୍ଘ ଦିନ ଧରି ବାଣିବିହାର ମେଇନରୋଡ ଠାରେ ଅସ୍ତାୟୀ କାଠ କ୍ୟାବିନ ,ଚାଳ ଛପର ଓ ପଲିଥିନ କରି ବ୍ୟବସାୟ କରୁଥିବା ବ୍ୟବସାୟିଙ୍କୁ ଜିଲ୍ଲା ପ୍ରଶାସନ ନିଦେ୍ର୍ଧଶକ୍ରମେ ଆଜି ଆସିକା ଏନଏସି ପକ୍ଷରୁ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ପୋଲିସ ମୁତୟନ ହୋଇ ଉଚ୍ଚେଦ କରାଯାଇଥିଲା ।

ଏହି ଉଚ୍ଚେଦ ବେଳେ ପୁନଃ ଥଇଥାନ କରିବା ପାଇଁ ସିପିଆଇଏମ ନେତା ତଥା ଆଇନଜୀବୀ ପ୍ରଫୁଲ ରାଓ ଓ ଲକ୍ଷ୍ମଣ ପାଢୀ ଉପସ୍ଥିତ ଥିବା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡା, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉଚ୍ଚେଦ ଓ ଥଇଥାନ ଉପରେ ଦିର୍ଘ ସମୟ ଆଲୋଚନା କରାଯାଇଥିଲା । ସମସ୍ତ କ୍ଷୁଦ୍ର ଉଠା ଦୋକାନ ବ୍ୟବସାୟୀ ମାନେ ନିଜ ପରିବାର ପରିପୋଷଣ କରୁଥିଲେ । ଏହି ଉଚ୍ଚେଦ ଦ୍ୱାରା ସୋମାନେ ସେମାନଙ୍କ ଜୀବିକା ହରାଇଛନ୍ତି ।

ସମସ୍ତ ବେକାରୀ ଯୁବକ ଓ ଅସହାୟ ବ୍ୟକ୍ତି ତୁରନ୍ତ ଏମାନଙ୍କୁ ନିଦ୍ଧିଷ୍ଟ ସ୍ଥାନରେ ବ୍ୟବସାୟ ପାଇଁ ଭେଣ୍ଡିଜ ଜୋନ କରିବା ସହ ସରକାରଙ୍କ ଉଠା ଦୋକାନୀ ଓ ବସ୍ତି ବାସିନ୍ଦା ଆଇନ ଅନୁଯାୟୀ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହୋଇଥିଲା । ପ୍ରଶାସନ ଉଚ୍ଚେଦଙ୍କୁ ଥଇଥାନ ପାଇଁ ଦୃଢ ପ୍ରତିଶୃତି ଦେବା ପରେ ଆନେ୍ଦାଳନ ସ୍ଥଗିତ ହୋଇଥିଲା । ଏହା ତୁରନ୍ତ କାର୍ଯ୍ୟକାରୀ ନହେଲେ ବଡ ଧରଣର ଆନେ୍ଦାଳନ ପାଇଁ ପ୍ରସ୍ତୁତି ହେବେ ବୋଲି ସିପିଆଇଏମ ନେତା ପ୍ରଫୁଲ ରାଓ ଆହ୍ୱାନ ଦେଇଥିଲେ ।

ପ୍ରକାଶ ଥାଉକି ଆସିକା ସହରରେ ଏନଏସି ପକ୍ଷରୁ ନିଦ୍ଧିଷ୍ଟ ଦୈନିକ ବଜାର , ପରିବା ବଜାର, ମାଛ ବଜାର କିମ୍ବା ଭେଣ୍ଡିଜ ଜୋନ ଗୋଟିଏ ମଧ୍ୟ ନଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୈନିକ ବଜାର , ଭେଣ୍ଡିଜ ଜୋନ କରିବା ପାଇଁ ଏନଏସି ନିଦେ୍ର୍ଧଶ ଦେଇଛି । ଏହି ଉଚ୍ଚେଦକୁ କେନ୍ଦ୍ର କରି ବାଣି ବିହାର ଅଚଂଳରେ ଉତେଜନା ଲାଗି ରହିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲସି ପକ୍ଷରୁ ସ୍ପେଶାଲ ଫୋର୍ସ ମୁତୟନ ହୋଇ ରହିଛି ।