Sunday, November 15, 2026
Home ଆଞ୍ଚଳିକ ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

17

ଶେରଗଡ଼,୯/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଡେଙ୍ଗାପଦର ମୂଖ୍ଯ ରାସ୍ତା ଠାରୁ କଙ୍କୋରଡାକୁ ସଂଯୋଗ କରୁଥିବା ରାସ୍ତାଟି ଅତି ଦହନୀୟ ଅବସ୍ଥାରେ ପଡି ରହିଥିଲା।ଯାହା ଫଳରେ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେବାର ଚିତ୍ର ସାମ୍ନାକୁ ଆସିଛି।ଶହଶହ ଯାତ୍ରୀ ରାସ୍ତା ଦେଇ ଯିବାଆସିବା କରୁଥିବା ସତ୍ତ୍ବେ ପ୍ରଶାସନର ଅବହେଳାକୁ ଅଙ୍ଗୁଳି ଉଠାଇ ନୀରବଦ୍ରଷ୍ଟା ପାଲଟିଥିବା ଦେଖିବାକୁ ମିଳିଥିଲା।ତେବେ ଏଭଳି ପରିସ୍ଥିତିର ସମାଧାନ ସକାଶେ ସ୍ଥାନୀୟ ପଥରପୁଞ୍ଜିର ଯୁବଗୋଷ୍ଠୀଙ୍କ ପଦକ୍ଷେପ ସାଧାରଣରେ ବେଶ୍ ପ୍ରଶଂସା ସାଉଁଟିଛି।ମନୋଜ ସ୍ବାଇଁଙ୍କ ନେତୃତ୍ବରେ କିଛି ଯୁବକ ନିଜ ପ୍ରୟାସରେ କୋଦାଳ ସାହାର୍ଯ୍ୟରେ ଖାଲ ସ୍ଥାନ ଗୁଡିକରେ ମାଟି ପକାଇ ସମତୁଲ କରିବା ସହ ଯାତାୟାତ ପାଇଁ ସୁଗମ ରାସ୍ତା ପ୍ରସ୍ତୁତ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ଆପେ ବଞ୍ଚିଲେ ବାପାର ନା ବିଚାରକୁ ନେଇ ଶହଶହ ଯାତ୍ରୀ ଉକ୍ତ ସମସ୍ଯା ପ୍ରତି ଅଣଦେଖା କରୁଥିବା ବେଳେ ଯୁବଗୋଷ୍ଠୀଙ୍କ ଏଭଳି ପ୍ରୟାସ ସାଧାରଣ ମହଲରେ ଉଚ୍ଚ ପ୍ରଶଂସା ମିଳିବା ସହ ସମାଜ ପ୍ରତି ସାଧାରଣ ମଣିଷ ଭାବେ ଥିବା ଉତ୍ତର ଦାୟୀତ୍ବକୁ ଚରିତାର୍ଥ କରିବାରେ ସହାୟକ ହୋଇପାରିଛି।ଏଥିରେ ପଥରପୁଞ୍ଜିର ରୁଦ୍ର ଗୌଡ,ଜିତେନ୍ଦ୍ର ସ୍ବାଇଁ,ଚନ୍ଦନ ସ୍ବାଇଁ ସହ ବାକିଲିକଣାର କୁନା ଗୌଡ ଆଦି ଯୁବଗୋଷ୍ଠୀ ସହଯୋଗ କରିଥିଲେ।