Tuesday, October 13, 2026
Home ଆଞ୍ଚଳିକ ଦୋକାନ ସିଲକୁ ନେଇ ହୋହାଲ୍ଲା

ଦୋକାନ ସିଲକୁ ନେଇ ହୋହାଲ୍ଲା

140

ବାଲିଗୁଡ଼ା , ୯/୬{ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସକାଳ 7 ଟାରୁ 11ଟା ସମୟ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ସହ ଅତି ଆବଶ୍ୟକ ଦୋକାନ ଖୋଲିବା ନିମନ୍ତେ ଆଗରୁ କୁହାଯାଇଥିଲା | ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ କିଛି ଦୋକାନ ଖୋଲାଥିଲା ଏବଂ ବଜାରରେ ବହୁତ ଭିଡ଼ ହୋଇଥିବା ରୁ ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର କିଛି ଦୋକାନ ସିଲ୍ କରିବାକୁ ବାଧ୍ୟ ହୋଇଥିଲେ ।ଏହାକୁ କିଛି ବ୍ୟବସୟୀ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ।କିଛି ସମୟ ପରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୂଜାରି ଓ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ସରାଫ ଘଟଣା ସ୍ଥଳରେ ପହଞ୍ଚି ବ୍ୟବସାୟୀ ମଧ୍ୟରେ ଆଲୋଚନା ପରେ ରାସ୍ତାରୁ ଉଠିଥିଲେ ।