
ପାତ୍ରପୁର,୧୬/୮ (ରାଜେଶ ରଣା) : ବ୍ଲକ ଜିଲୁଣ୍ଡା ବୁରୁପଡା ମଧ୍ୟସ୍ଥଳରେ ଅବସ୍ତିତ ଭୈରବୀ ଚାଂଚଡ଼ା ତଥା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ପାତ୍ରପୁର ତରଫରୁ ସ୍ୱାଧୀନତା ଦିବସ ରାଖୀ ଶ୍ରାବଣ ପୁର୍ଣିମା ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ସଂସଦର ସଭାପତି ସୁଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିକିଟି ତହସିଲଦାର ହର ପ୍ରସାଦ ଭୋଇ ଯୋଗ ଦେଇଥିଲେ I ସାମ୍ନାନୀୟ ଅତିଥି ଭାବେ ଗଂଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ସମ୍ବାଦ ସାହିତ୍ୟ ଘର ସଭାପତି ଶଶାଙ୍କ କୁମାର ପ୍ରଧାନ ଓ ଚିକିଟି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତ୍ରିପତି ପ୍ରଧାନ ଓ ଗଂଜାମ ଜିଲ୍ଲା ଏକ୍ସ କାର୍ଡ ର ଶିକ୍ଷକ ସଙ୍ଘ କୋଷାଧକ୍ଷ ନିଶାମଣି ପ୍ରଧାନ ଉପସଭାପତି କାହ୍ନୁ ଚରଣ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ I ସଂସଦର ସମ୍ପାଦକ ମାଧବ ବାଡ଼ତ୍ୟା ବିବରଣୀ ପଠନ କରିଥିବା ବେଳେ ସଂସଦର ଉପସଭାପତି କାହ୍ନୁ ଚରଣ ପ୍ରଧାନ ଙ୍କୁ ସଂସଦ ତରଫରୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର , ଉପଢୌକନ , ପୁଷ୍ପହାର ପ୍ରଦାନ କରାଯାଇ ସାମ୍ନାନିତ କରାଯାଇଥିଲା I କବି ମାନଙ୍କ ସ୍ୱରଚିତ କବିତା ପାଠ କରାଯାଇଥିବା ବେଳେ ସଭାପତି ଓ ସମ୍ପାଦକ ମିଳିତ ଭାବରେ ସଂଯୋଜନା କରିଥିଲେ I ନିଶାମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ନାରାୟଣ ପ୍ରଧାନ ଲକ୍ଷ୍ମୀ ପ୍ରଧାନ ଶ୍ରୀବତ୍ସ ପ୍ରଧାନ , ପୂର୍ଣଚନ୍ଦ୍ର ପ୍ରଧାନ ,ରଘୁନାଥ ଚୌଧରୀ , ଜିତେନ୍ଦ୍ର ପ୍ରଧାନ , ସହଦେଵ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I



