
ବିଷମ କଟକ ୦୯/୦୬/୨୧ (ଜିଲ୍ଲା ଖବର) : ସମଗ୍ର ଦେଶ କରୋନା ଜ୍ୱଳାରେଜଳୁଛି।କରୋନ ସଂକ୍ରମଣର ଚେଇନ ଭାଙ୍ଗିବା ପାଇଁ ସରକାର କେତେବେଳେ ଲୋକଡ଼ାଉନ ତୋ କେତେବେଳେ ସଟଡ଼ାଉନ ଘୋଷଣା କରିଛନ୍ତି ।
ଏହି ଭିତରେ ବଳି ପଡୁଛନ୍ତି ଛୋଟ ଛୋଟ ବେପାରୀ ଏବଂ ମୈଳିକ ବୃତ୍ତିକୁ ଆପଣେଇଥିବା ପରିବାର।କରୋନ କଟକଣା ଯୋଗୁଁ ବାଉଁଶ କାରିଗରଙ୍କ ପରିବାର ଜୀବନ ଜୀବିକା ସଂକୋଟରେ ଗୋଟିଏ ପଟେ ହାଟ ବଜାର ବନ୍ଦ ଅନ୍ୟ ପଟେ ପେଟ ର ଭୋକ ଦେଖିବା ଏହି ରିପୋର୍ଟ
ଗୋଟିଏ ପଟେ କରନା କୋଟକଣା ଅନ୍ୟ ପଟେ ସରକାର ପ୍ରୋତ୍ସାହନ ଅଭାବ ଏଭଳି ସ୍ଥିତିରେ ବାଉଁଶ ବୁଣାକାର ପରିବାର ନିଜ ମୈଳିକ ବୃତ୍ତିକୁ ଛାଡିବାକୁ ବସିଲେଣି ।
ରାୟଗଡା ଜିଲ୍ଲା ଵିଷମ କଟକ ବ୍ଲକ ମେଦିରି ସାହି ଗ୍ରାମରେ ରୁହନ୍ତି 70ରୁ ଉର୍ଦ୍ଧ୍ବ ବାଉଁଶ ବୁଣା କାରିଗର।ସେମାନେ ବାଉଁଶରେ କୁଲା, ଚାଙ୍ଗୁଡ଼ି, ଢୋଲା ଘୋରାଇ ଉପକରଣ ସାମଗ୍ରୀ ଆଦି ତିଆରି କରି ସାପ୍ତାହିକ ହାଟ କିମ୍ବା ବଜାର ରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ ।
ବର୍ତ୍ତମାନ କରୋନା କଟକଣା ଯୋଗୁଁ କେତେବେଳେ ସଟଡାଉନ ତ କେତେବେଳେ ଲୋକଡାଉନ ଏଭଳି ସ୍ଥିତିରେ ହାଟ ବଜାର ବନ୍ଦ। ସେମାନେ ତିଆରି କରୁଥିବା ସାମଗ୍ରୀ ବିକ୍ରି ହୋଇପାରୁନି।ବାଉଁଶ ବୁଣାକାର ପରିବାରର ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବା ଯୋଗୁଁ ଦୁଃଖ ଦୁର୍ଦ୍ଦଶା ରେ ଜୀବନ ବିତାଉଛନ୍ତି ଏହି କାରିଗର ମାନେ।ସରକାର ତରଫୋରୁ କୌଣସି ସୁବିଧା ସହଯୋଗ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ଏହି ବୁଣାକାରିଗର ମାନଙ୍କୁ ଦିନେ ଖାଇଲେ ଦୁଇ ଦିନ ଓପାସ ।
ଏକଥା ଆମେ କହୁନାହୁ କହୁଥିଲା ସେହି ଦୁଃଖ କଷ୍ଟରେ ଦିନ କାଟୁଥିବା ବୁଣାକାରିଗର ମାନେ।ଯାହା ରୋଜଗାର ଅଳ୍ପ ବହୁତ ରୋଜଗାର କରି ରଖିଥିଲେ ତାହା ଏହି କରୋନା ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ ହୋଇଗଲଣି।ପରିବାର କିପରି ଚଳିବେ ଚିନ୍ତାରେ ବାଉଁଶ ବୁଣାକାର ପରିବାର।ସରକାରୀ ସହାୟତା କୁ ଅନେଇ ବସିଛନ୍ତି ଏହି କାରିଗର ମାନେ। କେବେ ମିଳିବ ଏହି ସୁଵିଧା ଏହି ବୁଣାକାରିଗର ମାନଙ୍କୁ ତାହା ଦେଖିବାକୁ ବାକି ରହିଲା। ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ।







