Home ଆଞ୍ଚଳିକ ଗାଁ ମୁହାଁ ଭାଲୁ, ଗ୍ରାମବାସୀ ଭୟଭୀତ

ଗାଁ ମୁହାଁ ଭାଲୁ, ଗ୍ରାମବାସୀ ଭୟଭୀତ

7

ନବରଙ୍ଗପୁର, ୦୯/୦୬/୨୧ (ଜିଲ୍ଲା ଖବର) :  ଗାଁରେ ପଶିଲା ଭାଲୁ। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ହାଟଭରାଣ୍ଡି ପଞ୍ଚାୟତର ସନାରପାରା ଗ୍ରାମରେ ଏକ ଭାଲୁ ଗ୍ରାମ ଭିତରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ତେବେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉକ୍ତ ଭାଲୁଟି ଗ୍ରାମ ମଧ୍ୟରେ ଆସିବା ପରେ କିଛି ଗ୍ରାମବାସୀ ପାଟିତୁଣ୍ଡ ସହ ବାଡି ଧରି ଦୌଡାଇଥିଲେ। ଫଳରେ ଉକ୍ତ ଭାଲୁ ସୋନାରପାରା ଗ୍ରାମରୁ ବିଲ ଦେଇ ଡବରିପାରା ଅଂଚଳରେ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି ।

କିଛି ଦିନ ହେବ ରାଇଘର ବ୍ଲକର ଅନେକ ଗ୍ରାମରେ ଭାଲୁ ଗାଁ ମୁହାଁ ହେଉଥିବା ଖବର ଆସିବାରେ ଲାଗିଛି । ରାଇଘର – ଉମରକୋଟ ମୁଖ୍ୟ ରାସ୍ତା ଉପରେ ଏକ ଭାଲୁ ଚାଲି ଆସିଥିବା ବେଳେ ମୁଣ୍ଡିବେଡ଼ା ପଞ୍ଚାୟତର ଏକ ଦମ୍ପତି ଉପରେ ଭାଲୁ ଆକ୍ରମଣ କରିଥିଲା । ପ୍ରତେକ ସମୟରେ ଦୁର୍ଗମ ଅଂଚଳରେ ଭାଲୁ ଗୁଡିକ ମୁଖ୍ୟ ରାସ୍ତା ସହ ଗାଁ ମୁହାଁ ହୋଇ ଆକ୍ରମଣ କରୁଛି ।

ବର୍ତମାନ ସମୟରେ ଜଂଗଲ ନଷ୍ଟ ଯୋଗୁଁ ବନ୍ୟଜନ୍ତୁ ସହର ମୁହାଁ ହେଉଥିବା ବେଳେ ମୁଖ୍ୟତ ଜଂଗଲରେ ଶିକାରୀ ମାନଙ୍କ ପାଦୃଭାବ ବୃଦ୍ଧି ସହ ଜଂଗଲ ମାଫିୟା ମାନଙ୍କ ରାଜ୍ ବଳରେ ପଶୁ ପକ୍ଷୀ ଜଂଗଲ ମଧ୍ୟରେ ଅସୁରକ୍ଷିତ ହୋଇ ରହୁଛନ୍ତି । ରାଇଘର ବ୍ଲକର ସମସ୍ତ ଜଂଗଲ ସମ୍ପୂର୍ଣ ନଷ୍ଟ ହୋଇ ପଡିଆରେ ପରିଣତ ହୋଇଥିବା ଯୋଗୁଁ ଏଭଳି ବନ୍ୟପ୍ରାଣୀ ସହର ମୁହାଁ ହେଉଛନ୍ତି ॥