Monday, November 16, 2026
Home ଆଞ୍ଚଳିକ ନିଦ୍ରା ହୀନତାର ଶିକାର ହେଉଥିଲେ…

ନିଦ୍ରା ହୀନତାର ଶିକାର ହେଉଥିଲେ…

13

୦୯/୦୬/୨୧ (ଜିଲ୍ଲା ଖବର) : ଅନେକ  ଲୋକ ନିଦ୍ରା ହୀନତାର ଶିକାର ହୋଇଥାନ୍ତି । ଯାହା ଦ୍ବାରା ରାତିରେ ଠିକଭାବେ ଶୋଇ ପାରନ୍ତି ନାହିଁ । ରାତିରେ ନିଦ ପୁରା ନହେବା ଦ୍ବାରା, ଶରୀର ଫୁର୍ତ୍ତି ଲାଗିନଥାଏ ।  ଶରୀର ଅସୁସ୍ଥ ଲାଗିଥାଏ । ଯାହା ବିଭିନ୍ନ ରୋଗର କାରଣ ମଧ୍ୟ ସାଜିଥାଏ  । ନିଦ ନହେବା ପଛର ବିଭିନ୍ନ କାରଣ ରହିଥାଏ । ତେବେ ଏହି ସମସ୍ୟାର ସାମ୍ନା କରୁଥିଲେ, ଏଥିପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ସହିତ, ଆଉ କିଛି ଦିଗ ପ୍ରତି ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

-ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ବାରା, ଭଲ ନିଦ ହୋଇଥାଏ । ଶୋଇବା ସମୟରେ ଗପିବା ଅଭ୍ୟାସ ଥିଲେ, ଏହାକୁ ବଦଳାଇବା ଉଚିତ୍ । କାରଣ ଗପିବା ଦ୍ବାରା ନିଦରେ ବାଧା ସୃଷ୍ଟି ହୋଇଥାଏ ।

-ରାତିରେ ଶୋଇବା ସମୟରେ ଲାଇଟ ବନ୍ଦ କରିବା ଉଚିତ୍ । ଏହା ଦ୍ବାରା, ଭଲ ନିଦ ହୋଇଥାଏ । ମୋବାଇଲ, ଲାପଟପ ଏବଂ ଟିଭି ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଉଚିତ୍ । ପରିବେଶ ଶାନ୍ତ ରହିଲେ, ଉତ୍ତମ ନିଦ ହୋଇଥାଏ ।

-ରାତିରେ ଗରିଷ୍ଠ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଶୋଇବା ପୂର୍ବରୁ ଚା’,କଫି ପିଅନ୍ତୁ ନାହିଁ । ଏହା ଶରୀରରେ ଶୋଇବା କ୍ଷମତାରେ ବାଧା ସୃଷ୍ଟି କରେ ଏବଂ ଗାଢ ନିଦ ହୋଇ ନଥାଏ ।

-ଅଧିକାଂଶ ସମୟରେ ଢୁଳାଇବା ଭଳି ଅଭ୍ୟାସ ଥିଲେ, ଏହାକୁ ତୁରନ୍ତ ବଦଳାଇବା ଉଚିତ୍ । ନଚେତ୍ ଏହା ରାତି ନିଦରେ ଅସୁବିଧା ହୁଏ ବୋଲି ବିଶେଷଜ୍ଞ  ମତ ଦିଅନ୍ତି ।

-ସକାଳୁ ସକାଳୁ  ପ୍ରୋଟିନଯୁକ୍ତ ଖାଦ୍ୟ , ଖାଇବା ଉଚିତ୍ ।  ୧୦ ରୁ ୧୫ ମିନିଟ  ସୂଯ୍ୟାଲୋକ ଶରୀରର ଅନେକ ରୋଗ ବେମାରୀକୁ ଭଲ କରିଥାଏ । ଏହା ସହିତ ଭଲ ନିଦ୍ରା କ୍ଷମତାକୁ ବଢାଇଥାଏ ।

-ପ୍ରତିଦିଦ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଆବଶ୍ୟକ ।