
ନୂଆଦିଲ୍ଲୀ, ୦୯/୦୬/୨୧ (ଜିଲ୍ଲା ଖବର) : ପାକିସ୍ତାନୀ ଗାୟକ ଫରହାଦ୍ ହୁମାୟୁନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର । ଫରହାଦ୍ ହୁମାୟୁନ ଆଉ ଏ ଦୁନିଆଁରେ ନାହାଁନ୍ତି । ତାଙ୍କର ଦେହାନ୍ତ ହୋଇଛି । ହଠାତ୍ ତାଙ୍କର ଦେହାନ୍ତ ଖବର ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ମାତ୍ର ୪୨ ବର୍ଷ ବୟସରେ ସେ ଏ ଦୁନିଆଁକୁ ଅଲବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ତାଙ୍କର ଦେହାନ୍ତ ପଛର କାରଣ ସ୍ପଷ୍ଟ ହୋଇ ନାହିଁ । ତାଙ୍କ ଦେହାନ୍ତରେ ସେଠାରେ ଶୋକର ଲହରୀ ଖେଳି ଯାଇଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି ।
ତାଙ୍କର ଦେହାନ୍ତ ହେବାର ଖବର ତାଙ୍କର ଫେସବୁକ୍ ପେଜ ମାଧ୍ୟମରେ ଦିଆଯାଇଛି । ତାଙ୍କ ଫେସବୁକ ପେଜରେ ଲେଖା ହୋଇଛି ଯେ, ‘ସର୍ବୋତ୍ତମ ଫରହାଦ୍ ହୁମାୟୁନ ଆମକୁ ଛାଡି ଚାଲିଗଲେ । ଚ୍ୟାଲେଞ୍ଜର ସାମ୍ନା କରିବାକୁ….’ ଏହି ପୋଷ୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ, ‘ଫାଦି ସମୟଠାରୁ ବହୁତ୍ ଆଗରେ ଥିଲେ , ଭାବନା ଓ କଳା ଉଭୟ କ୍ଷେତ୍ରରେ ।


