Sunday, November 15, 2026
Home ଆଞ୍ଚଳିକ Happy BirthDay ! ଅମିଷା ପଟେଲ

Happy BirthDay ! ଅମିଷା ପଟେଲ

17

ନୂଆଦିଲ୍ଲୀ, ୦୯/୦୬/୨୧ (ଜିଲ୍ଲା ଖବର) : ଏକ ସୁପରହିଟ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅମିଷା ପଟେଲଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ୯ ଜୁନ୍ ୧୯୭୬ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟୀ ପରିବାରରେ ଜନ୍ମିତ ଅମିଷା ୨୦୦୦ ମସିହାରେ ଫିଲ୍ମ ’କହୋ ନାଁ ପ୍ୟାର ହେ’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ଏହାପରେ ସେ ଅନେକ ଫିଲ୍ମ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ ।

ସେ ତାଙ୍କ କ୍ୟାରିୟରରେ ପାଖାପାଖି ୪୦ରୁ ଅଧିକ ଫିଲ୍ମରେ କାମ କରିବା ପରେ, ଧିରେ ଧିରେ ଫିଲ୍ମରେ କାମ କରିବା କମ୍ ହୋଇଥିଲା । ଏବେ ସେ ଫିଲ୍ମ ଦୁନିଆଁରେ ଖୁବ୍ କମ୍ ଦେଖା ଯାଉଛନ୍ତି ।  

ହିନ୍ଦୀ ଫିଲ୍ମ ବ୍ୟତୀତ ସେ ତେଲୁଗୁ,ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତେବେ ଆଜି ଅମିଷାଙ୍କ ଜନ୍ମଦିନ ଅବସରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଅନେକ ଅନେକ ଶୁଭକାମନା ।