
ବ୍ରହ୍ମପୁର, ୦୯/୦୬/୨୧ (ଜିଲ୍ଲା ଖବର) : ବାପାକୁ ହତ୍ୟା ପରେ କୂଅରେ ପକାଇଲା ପୁଅ । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କୂଅ ଭିତରୁ ବାପାର ହାତବନ୍ଧା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବୁଲୁ ସାହୁ। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
ସୂଚନା ମୁତାବକ ବୁଲୁ ପ୍ରତିଦିନ ମଦ୍ୟପାନ କରି ପରିବାରରେ କଳହ କରୁଥିଲେ। ଜଗନ୍ନାଥ ପ୍ରସାଦ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କୂଅରୁ ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଯାଇଛି ।


