Wednesday, November 11, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ସୋନମ କପୂର

ଜନ୍ମଦିନର ଶୁଭେଚ୍ଛା ! ସୋନମ କପୂର

19

ନୂଆଦିଲ୍ଲୀ, ୦୯/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସୋନମ କପୂର ସବୁବେଳେ ନିଜର ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ନିଜର ପ୍ରତିଭା ବଳରେ ସେ ଜଣେ ସଫଳ ଅଭିନେତ୍ରୀ ଭାବେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଜି ହେଉଛି ସୋନମ କପୂରଙ୍କ ଜନ୍ମଦିନ । ୯ ଜୁନ୍ ,ମାନେ ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି ।

ବଲିଉଡ ଅଭିନେତା ଅନିଲ କପୂରଙ୍କ ଝିଅ ହେଉଛନ୍ତି ସୋନମ କପୂର । ଫିଲ୍ମ ଦୁନିଆଁର ଫିଟ ଆଣ୍ଡ ଫାଇନ ଅଭିନେତ୍ରୀଙ୍କ ମଧ୍ୟରେ ସୋନମ କପୁର ମଧ୍ୟ ଯୋଡି ହୋଇ ଅଛନ୍ତି । କଲେଜ ସମୟରେ ସୋନମ ବହୁତ୍ ମୋଟି ଥିଲେ । ତାଙ୍କର ମୋଟାପଣକୁ ନେଇ କଲେଜରେ ସମସ୍ତେ ତାଙ୍କର ମଜା ଉଡାଉଥିଲେ ।

 ସୋନମ କପୂର ୨୦୦୭ରେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ’Saawariya’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ସୋନମଙ୍କ ସହିତ ଅଭିନେତା ରଣବୀର କପୂର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।  ବହୁତ୍ କମ ଲୋକ ଏକଥା ଜାଣନ୍ତି ଯେ, ସୋନମ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ସେ ଜଣେ ଭଲ ଲେଖକ ଏବଂ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ । ହେଲେ ଭଗବାନଙ୍କର ଇଚ୍ଛା କିଛି ଅଲଗା ଥିଲା । ଆଉ ଆଜି ସେ ଜଣେ ଭଲ ନାମୀଦାମୀ ଅଭିନେତ୍ରୀ ଭାବେ ପରିଚିତ ହୋଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।