Thursday, November 12, 2026
Home ଆଞ୍ଚଳିକ ସାରା ଶର୍ମାଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କଲେ ଅଭିନେତା ମୋହିତ ରାଇନା

ସାରା ଶର୍ମାଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କଲେ ଅଭିନେତା ମୋହିତ ରାଇନା

11

ନୂଆଦିଲ୍ଲୀ, ୦୯/୦୬/୨୧ (ଜିଲ୍ଲା ଖବର) : ଟିଭି ଧାରାବାହିକ’ ଦେବୋଁ କେ ଦେବ ମହାଦେବ’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତା ମୋହିତ୍ ରାଇନା, ଅଭିନେତ୍ରୀ ସାରା ଶର୍ମାଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଏହି ଅଭିନେତା, ଅଭିନେତ୍ରୀ ସାରା ଶର୍ମାଙ୍କ ସମେତ, ଚାରି ଜଣଙ୍କ ବିରୋଧରେ ମୁମ୍ବାଇର ଗୋରେଗାଓଁ ପୁଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । କାହିଁକି ନାଁ, କିଛି ଦିନ ପୂର୍ବରୁ ମୋହିତ ରାଇନାଙ୍କ ବିଷୟରେ କିଛି ପୋଷ୍ଟ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା । ଯେଉଁଥିରେ ଅଭିନେତାଙ୍କ ଜୀବନ ପ୍ରତି ବିପଦ ଥିବା ଦାବି କରାଯାଇଥିଲା । ଅଭିନେତ୍ରୀ ସାରା ଶର୍ମା ମୋହିତଙ୍କ ଶୁଭଚିନ୍ତକ କହି ସୋସିଆଲ ମିଡିଆରେ ‘ମୋହିତ୍ ବଚାଓ’ଅଭିଯାନ ଆରମ୍ଭ କରିଥିଲେ ।   

ସେ ପୋଷ୍ଟ କରି ଦାବି କରିଥିଲେ ଯେ, ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଅଭିନେତା ମୋହିତ୍ ରାଇନାଙ୍କ ଅବସ୍ଥା ହୋଇଛି । ଯେ କୌଣସି ସମୟରେ ସେ ଜୀବନ ହାରି ପାରନ୍ତି । ଏହାପରେ ମୋହିତ୍ ରାଇନା ଓ ତାଙ୍କ ପରିବାର  ଆସି ଏହି ରିପୋର୍ଟକୁ ମିଛ ବୋଲି କହିଥିଲେ ।  ଏହା ସହିତ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ହେଲେ ଅଭିନେତାଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ ରାଉଣ୍ଡ ଜାରି ରହିଥିଲା । ଏବେ ଏ ପ୍ରସଙ୍ଗରେ ସାରା ଶର୍ମାଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଅଭିନେତା ଅଭିଯୋଗ କରିଛନ୍ତି ।

ନିକଟରେ ମୋହିତ ମୁମ୍ବାଇର ବୋରିଭାଲୀ କୋର୍ଟରେ ପହଞ୍ଚିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପରେ, ସେ ମୁମ୍ବାଇ ପୋଲିସ ନିକଟରେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ପୁଲିସ ଚାରିଜଣଙ୍କ ବିରୋଧରେ ଧମକାଇବା,ଅପରାଧିକ ଷଡଯନ୍ତ୍ର, ମୁକ୍ତି ଦାବି ଓ ପୁଲିସକୁ ମିଥ୍ୟା ତଥ୍ୟ ପ୍ରଦାନକୁ ନେଇ,  ପୁଲିସ ଅଭିଯୋଗ ଦାଖଲ କରିଛି । ଏହାକୁ ନେଇ ମୋହିତ୍ ରାଇନା ସମ୍ପୂର୍ଣ୍ଣ ଭଲ ଅଛନ୍ତି ଓ ଏହି ମାମଲା ବିରୋଧରେ ଆଇନଗତ ଯୁଦ୍ଧ କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।