Thursday, November 12, 2026
Home ଆଞ୍ଚଳିକ ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

4

୦୯/୦୬/୨୧ (ଜିଲ୍ଲା ଖବର) : ଚଳିତବର୍ଷ ମୌସୁମୀରେ ଓଡ଼ିଶାରେ ଭଲ ବର୍ଷା ହେବ। ଲଘୁଚାପ ପ୍ରଭାବରେ ପୂର୍ବ ବର୍ଷ ଅପେକ୍ଷା ଟିକେ ଅଧିକ ବର୍ଷା ଲାଗି ରହିବ। ଲଘୁଚାପ ଅଧିକ ସମୟ ରହୁଥିବାରୁ ବା ଧୀରେ ଧୀରେ ଆଗକୁ ବଢିବା ହେତୁ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ବିଶେଷ କରି ଦକ୍ଷିଣ ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ। ୧୧ରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ୧୦ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ଏବଂ ୧୧,୧୨ ଓ ୧୩ ତାରିଖ ୩ ଦିନ ଧରି ଅନେକ ଜାଗାରେ ଅଧିକରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀ RK ଜେନାମଣି ସୂଚନା ଦେଇଛନ୍ତି ।