Wednesday, November 11, 2026
Home ଆଞ୍ଚଳିକ ସେନାରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମା ବଢାଇବାକୁ ସରକାରଙ୍କୁ ଦାବିପତ୍ର : ଏବିଭିପି

ସେନାରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମା ବଢାଇବାକୁ ସରକାରଙ୍କୁ ଦାବିପତ୍ର : ଏବିଭିପି

11

ଭୁବନେଶ୍ଵର, ୦୯/୦୬/୨୧ (ଜିଲ୍ଲା ଖବର) : ସେନାରେ ଯୋଗଦେବାକୁ ଥିବା ପ୍ରାର୍ଥୀଙ୍କ ବୟସରେ ଏକ ବର୍ଷ ବୟସ ସୀମା ବଢାଇବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବି କରିଛି। ପରିଷଦ କହିଛି ଯେ, ବର୍ତ୍ତମାନ କୋଭିଡ-୧୯ ପରିସ୍ଥିତି ଯୋଗୁଁ ସାଧାରଣ ଜନ ଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଥିବାବେଳେ ଅନ୍ୟପକ୍ଷରେ ନିୟମିତ ବ୍ୟବଧାନରେ ନିଯୁକ୍ତି ପ୍ରକ୍ରିୟା ହୋଇପାରି ନାହିଁ। କରୋନା କାରଣରୁ, ସୀମିତ ଅଞ୍ଚଳରେ ଫସି ରହିଥିବା ପ୍ରାର୍ଥୀମାନେ ନିଯୁକ୍ତି ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଏଭଳି ଏକ ଅପ୍ରତ୍ୟାଶିତ ପରୀକ୍ଷାରୁ ବଞ୍ଚିତ ହେବା କାରଣରୁ କଠିନ ପରିଶ୍ରମୀ ଛାତ୍ର ସେନାରେ ଯୋଗଦେବା ଏବଂ ଭାରତ ମାର ସେବା କରିବାର ସ୍ୱପ୍ନ ପୂରଣ ହୋଇପାରି ନାହିଁ । ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ପାଇଁ, ସରକାର ଗୋଟିଏ ଅତିରିକ୍ତ ପ୍ରୟାସ କରିବାର ଆବଶ୍ୟକତା ରହିଅଛି ।

ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖରେ ଏବିଭିପି ଦାବି କରିଛି।   ଭାରତୀୟ ସେନାରେ ସମସ୍ତ ପ୍ରକାରର ନିଯୁକ୍ତି ପ୍ରକ୍ରିୟା ପାଇଁ ପ୍ରାର୍ଥୀଙ୍କୁ ଏକ ବର୍ଷର ସମୟ ଦିଆଯିବା  ସହ କରୋନା ପରିସ୍ଥିତି କାରଣରୁ ପ୍ରାର୍ଥୀମାନେ ଶେଷ ସୁଯୋଗରୁ ବଞ୍ଚିତ ନହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧୀ ତ୍ରିପାଠୀ କହିଛନ୍ତି ।

ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି, “ସେନାରେ ଯୋଗ ଦେଇ ଦେଶକୁ ସୁରକ୍ଷା ଦେବା ପାଇଁ ଆଗ୍ରହ ପିଲାଦିନରୁ ଭାରତର ଯୁବକମାନଙ୍କ ମଧ୍ୟରେ ଥାଏ। ବିଗତ ବର୍ଷଗୁଡିକରେ, କରୋନା କାରଣରୁ ନିୟମିତ ଭାବେ ପରୀକ୍ଷା ହୋଇପାରି ନାହିଁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ହେତୁ ପ୍ରାର୍ଥୀମାନେ ମଧ୍ୟ ପରୀକ୍ଷାରେ ଉପସ୍ଥିତ ହୋଇପାରିନଥିଲେ । ଏହାକୁ ଧ୍ୟାନରେ ରଖି ପରୀକ୍ଷାର୍ଥୀଙ୍କୁ ଏକ ସୁଯୋଗ ଦିଆଯିବା ଉଚିତ୍।