
ଆସିକା,୨୧/୧୦(ଖିରୋଦ ବେହେରା) : ମାଟ୍ରିକ ପରୀକ୍ଷା ଫଳାଫଳ ଶତ ପ୍ରତିଶତ ଲକ୍ଷ୍ୟ ସହ ଏ-୧ ଗ୍ରେସ ସଂଖ୍ୟା ବୃଦ୍ଧି ପାଇଁ ଆରମ୍ଭ ହୋଇଛି ଡ୍ରାଇଭ ଫର ରିଜଲ୍ଟ ଏନହାନ୍ସମେଟଂ ଇନ ଆନୁଆଲ ମାଟ୍ରିକ ଏଗଜାମିନେସନ (ଡ୍ରିମ ) ପରିକ୍ଷା । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଡ୍ରିମ୍ସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆସିକା ବ୍ଲକର ବିଭିନ୍ନ ହାଇସ୍କୁଲରେ ଏହି ପରିକ୍ଷା ଆରମ୍ଭ ହୋଇଛି । ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କୃତିବାସ ବାରିକ ପ୍ରତ୍ୟେକ ବିଦ୍ୟାଳୟ ପରିଦର୍ଶନ କରି ଏହାକୁ ତଦାରଖ କରିଛନ୍ତି ।

ଆସିକା ବ୍ଲକରେ ମୋଟ ୩୪ ଟି ହାଇସ୍କୁଲ ରହିଥିବା ବେଳେ ଆସିକା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ହାଇସ୍କୁଲର ମୋଟ ୨୫୮୮ ଛାତ୍ରଛାତ୍ରୀ ଡ୍ରିମ ଯୋଜନା ଅନୁସାରେ ପରିକ୍ଷା ଦେଇଛନ୍ତି । ଏଥିରେ ଦଶମ ଶ୍ରେଣି ଛାତ୍ରଛାତ୍ରୀ ମାନେ ଟେଷ୍ଟ ପରିକ୍ଷା ପୁର୍ବରୁ କମନ ଟେଷ୍ଟ ପରିକ୍ଷା ଦେବେ । ଏହି ପରୀକ୍ଷା ଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ନିର୍ଦ୍ଧାରଣ କରାଯିବ । ବୋର୍ଡ ପରିକ୍ଷା ପୁର୍ବରୁ ସେହି ଦକ୍ଷତା ଅନୁଯାୟୀ ସ୍ୱତନ୍ତ୍ର ଶିକ୍ଷାଦାନ ପ୍ରଦାନ କରାଯିବା ଡ୍ରିମ ଯୋଜନାର ମୁଳ ଲକ୍ଷ୍ୟ । ଟେଷ୍ଟ ପରିକ୍ଷା ପୁର୍ବରୁ ପ୍ରତି ସପ୍ତାହରେ ସୋମବାର ଓ ଗୁରୁବାର ଛାତ୍ରଛାତ୍ରୀ ମାନେ ଦୁଇ ବିଷୟରେ କମନ ଟେଷ୍ଟ ପରିକ୍ଷା ଦେବେ ।

ଏହି ପରିକ୍ଷା ଅକ୍ଟୋବର ୨୧ ଓ ନଭେମ୍ବର ୧୧ରେ ଗଣିତ, ଆସନ୍ତା ୨୮ ତାରିଖ ଓ ନଭେମ୍ବର ୧୮ ତାରିଖରେ ବିଜ୍ଞାନ, ନଭେମ୍ବର ୪ ଓ ୨୫ ତାରିଖରେ ସାମାଜିକ ବିଜ୍ଞାନ, ଅକ୍ଟୋବର ୨୪ ତାରିଖ ଓ ନଭେମ୍ବର ୧୫ ତାରିଖରେ ଇଂରାଜୀ, ଆସନ୍ତା ୩୧ ତାରିଖ ଓ ନଭେମ୍ବର ୨୧ ତାରିଖରେ ଓଡିଆ, ନଭେମ୍ବର ୭ ଓ ୧୧ ତାରିଖରେ ହିନ୍ଦି ଓ ସଂସ୍କୃତ ପରିକ୍ଷା ହେବ । ଏହି ଭଳି ଭାବେ ପରିକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରିକ୍ଷା ପାଇଁ ପ୍ରତି ବିଷୟରେ ୪ଟି ସେଟ ଉତରଖାତା ସଂଲଗ୍ନ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି ।

ଏଥିପାଇଁ ପରିକ୍ଷା ଫି କୈାଣସି ପିଲାଙ୍କ ଠାରୁ ସଂଗ୍ରହ କରାଯିବ ନାହିଁ । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଭଳି ପରିକ୍ଷାରେ ନିଶ୍ଚିତ ରୁପେ ଭାଗ ନେବେ ତାହା ଶିକ୍ଷକ, ଶିକ୍ଷୟତ୍ରୀ ଧ୍ୟାନ ଦେବେ । କୈାଣସି ବିଷୟରେ କୈାଣସି ଛାତ୍ରଛାତ୍ରୀ ପରିକ୍ଷା ନଦେଇ ଅନୁପସ୍ଥିତି ରହିଲେ ତା ପରିଦିନ ବିଦ୍ୟାଳୟରେ ପରିକ୍ଷା ଦେବେ । ପ୍ରାର୍ଥନ ପରେ ସକାଳ ୧୦.୩୦ ମିନିଟ ଠାରୁ ଅପରାହ୍ନ ୧.୧୫ ମିନିଟ ପର୍ଯ୍ୟନ୍ତ କମନ ଟେଷ୍ଟ ହେବ । ଏହି ପରିକ୍ଷା ପରେ ପୁଣି ସାଧାରଣ ଶ୍ରେଣି ଭଳି ପାଠପଢା ଜାରି ରହିବ ବୋଲି ସୂଚନା ରହିଛି । ପରିକ୍ଷାର ସପ୍ତାହକ ମଧ୍ୟରେ ପରିକ୍ଷା ଫଳ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯିବ ।

ପ୍ରତି ପରିକ୍ଷାର ବିଷୟ ଓ ଗ୍ରେଡ ଅନ୍ୟୁାୟୀ କମନ ଟେଷ୍ଟ ଫଳାଫଳ ଗୁଗୁଲ ଡକ୍ୟୁମେଟଂରେ ବିଦ୍ୟାଳୟ ପକ୍ଷରୁ ଅପଲୋଡ କରାଯିବ । ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଇସ୍କୁଲ ପରିଦର୍ଶନ କରି କମନ ଟେଷ୍ଟ ତଦାରଖ କରିବେ । ଦଶମ ଶ୍ରେଣିର ସ୍ୱତନ୍ତ୍ର ପିଟିଏ( ଶିକ୍ଷକ ଅଭିଭାବକ ) ବୈଠକ ଡକାଯାଇ ଫଳାଫଳ ଉପରେ ଆଲୋଚନା କରାଯିବା ନେଇ ନିର୍ଦ୍ଦେଶ ରହିଛି ।



