
ଭୁବନେଶ୍ଵର, ୦୯/୦୬/୨୧ (ଜିଲ୍ଲା ଖବର) : ଆପଣ ମୋ ସ୍ଵାମୀଙ୍କୁ ରକ୍ଷା କରନ୍ତୁ। ଆପଣଙ୍କ ଆର୍ଶୀବାଦ ନିହାତି ଦରକାର। ମୋର ଆର୍ଥିକ ସମ୍ବଳ ଠିକ ନାହିଁ। ବାହାଘରର ୮ ଦିନ ପରେ ସେ କୋଭିଡର ଶିକାର ହୋଇଥିଲେ। ସେ ବହୁତ ଗୁରୁତର ଅଛନ୍ତି। ଏପରି କୋହଭରା କଣ୍ଠରେ କହୁଥିଲେ କୋଭିଡରେ ଗୁରୁତର ହୋଇଥିବା ବାସୁଦେବପୁର ମନ୍ଦାରି ଗ୍ରାମର ଅଭିଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ।
ସେ ଆହୁରି କହିଛନ୍ତି ଯେ ତାଙ୍କ ସ୍ଵାମି ଓମାନରେ ସିଭିଲ ଇଞ୍ଜିନୟର ଅଛନ୍ତି। ତାଙ୍କ ମାଆ ବହୁ କଷ୍ଟ କରି ସିଲେଇ କରି ତାଙ୍କୁ ପାଠ ପଢାଇଥିଲେ। ସେ ବାହାରେ ଚାକିରୀ କରିଥିଲେ। ଗୋଟେ ଦି ବର୍ଷ ତାଙ୍କ କଣ୍ଡିସନ ଭଲ ଥିଲା। ଏବେ ଆମ କଣ୍ଡିସନ ଠିକ ନାହିଁ । ତାଙ୍କର ଏୟାରଲିଫ୍ଟର ଆବଶ୍ୟକ ଅଛି। ସେ ରୋଡରେ ଯାଇପାରିବେ ନାହିଁ। ତାଙ୍କର କଣ୍ଡିସନ ଭଲ ନାହିଁ। କୋଲକାତା ମେଡିକାଲରେ ଦିନକୁ ୨ ଲକ୍ଷ ଟଙ୍କା ଦରକାର। ଆମକୁ ସମସ୍ତେ ସାହା ହୁଅନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି।
ଆମ ଓଡିଶାରେ ଏହି ECMO ମେସିନ ନାହିଁ ବୋଲି ଆମେ କୋଲକାତା ଯିବୁ, ଆମ ମୁଖ୍ୟମନ୍ତ୍ରୀ ଏହାକୁ ଉପଲବ୍ଧ କରନ୍ତୁ। ସେ ଅନେକ ସେଲିବ୍ରେଟିକୁ ସାହାଯ୍ୟ କରନ୍ତି ମୁଁ ତାଙ୍କୁ ଅନୁରୋଧ କରୁଛି ମୋ ସ୍ଵାମୀ ସେଲିବ୍ରେଟି ନୁହନ୍ତି କିନ୍ତୁ ତାଙ୍କୁ ସାହାଯ୍ୟ କରନ୍ତୁ।
ସାଢେ ଚାରିକୋଟି ଲୋକେ ସମସ୍ତେ ଯଦି ଗୋଟେ ଗୋଟେ ଟଙ୍କା ଦେବେ ସେ ଭଲ ହୋଇଯିବେ। ଆପଣଙ୍କ ପ୍ରାର୍ଥନା ସହ ଗୋଟିଏ ଗୋଟିଏ ଟଙ୍କା ମୋର ନିହାତି ଦରକାର’ ବୋଲି ସେ କହିଛନ୍ତି।
ଯଦି କେହି ସହୃଦୟ ବ୍ୟକ୍ତି ଅଭିଷେକଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିଲେ…
Account holder name- ରୋସନ ମହାନ୍ତି
Account no- 20212111429
State bank of India
IFSC Code- SBIN0002014
Branch-like Basudevpur, Bhadrak
ଯଦି ଗୁଗୁଲ ପେ କିମ୍ବା ଫୋନ ପେ କରିବାକୁ ଚାହୁଁଛନ୍ତି ତେବେ-
9692999900 ଏହି ନମ୍ବରରରେ ସାହାଯ୍ୟ କରିପାରିବେ ।


