Wednesday, November 11, 2026
Home ଆଞ୍ଚଳିକ କେରଳ ଛୁଇଁସାରିଲାଣି ମୌସୁମୀ, ଖୁବଶୀଘ୍ର ଓଡ଼ିଶା ମୁହାଁ ହେବ ମୌସୁମୀ

କେରଳ ଛୁଇଁସାରିଲାଣି ମୌସୁମୀ, ଖୁବଶୀଘ୍ର ଓଡ଼ିଶା ମୁହାଁ ହେବ ମୌସୁମୀ

23

୦୯/୦୬/୨୧ (ଜିଲ୍ଲା ଖବର) :  କେରଳ ଛୁଇଁସାରିଲାଣି ମୌସୁମୀ । ଖୁବଶୀଘ୍ର ଆସୁଛି ଓଡିଶା । ଏହାରି ଭିତରେ ପ୍ରଶ୍ନ ଉଠିଛି କେମିତି ରହିବ ମୌସୁମୀର ପ୍ରଭାବ । ଏକ ଅଧ୍ୟୟନରୁ ଜଣାପଡିଛି ବ୍ୟାପକ ଜଳବାୟୁ ପରିବର୍ତ୍ତନ ମୌସୁମୀକୁ ପ୍ରଭାବିତ କରିପାରେ । ଫଳରେ ପ୍ରଳଯଙ୍କାରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟପକ୍ଷରେ ଆଇଏମଡି ପକ୍ଷରୁ କୁହାଯାଇଛି , ଏଥର ସ୍ବାଭାବିକ ରହିବ ମୌସୁମୀ ।

ଚଳିତବର୍ଷ କେମିତି ରହିବ ମୌସୁମୀ । କେତେ ବର୍ଷା କରାଇବ ମୌସୁମୀ । କଣ ରହିବ ପ୍ରଭାବ । ଅଧିକ ବର୍ଷା ହେବ ନା କମ ବର୍ଷା ହେବ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମୌସୁମୀ ଉପରେ ବ୍ୟାପକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିବା କଥା ସାମନାକୁ ଆସିଛି । ସାଇନସ ଆଡଭାନସେସ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ମୌସୁମୀଜନିତ ବର୍ଷା ବିପଜ୍ଜନକ ହୋଇପାରେ । କୁହାଯାଉଛି, ବିଶ୍ବତାପନ ବୃଦ୍ଧି ଏହା ପଛର କାରଣ । ବୈଜ୍ଞାନିକମାନେ  ଗତ ୧୦ଲକ୍ଷ ବର୍ଷର ମୌସୁମୀ ଓ ଜଳବାଯୁ ପରିବର୍ତ୍ତନ ରେକର୍ଡକୁ ଅଧ୍ୟୟନ କରିଥିବା ବେଳେ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିପଜ୍ଜନକ  ହୋଇପାରେ ବୋଲି ଏଥିରୁ ଜଣାପଡିଛି । ଅଙ୍ଗାରକାମ୍ଳ ଗ୍ୟାସ ସ୍ତର ବୃଦ୍ଧି ସହ ଜଡିତ ଚଳିତ ଥରର ମୌସୁମୀ ପ୍ରତିକ୍ରିଯା ୯ଲକ୍ଷ ବର୍ଷ ପୂର୍ବର ଇତିହାସ ସହ ସାମଞ୍ଜସ୍ୟ ଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି ।

ଆମେରିକାର ବ୍ରାଉନ ଯୁନିଭର୍ସିଟି ପ୍ରଫେସର ଷ୍ଟିଭେନ କ୍ମେମେନ୍ସଙ୍କ ନେତୃତ୍ବରେ ହୋଇଥିବା ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ବଙ୍ଗୋପସାଗର ତଟରୁ ପ୍ରାଯ ୨ ଶହ ମିଟର ଖୋଳି ମାଟି ନମୁନା ସଂଗ୍ରହ କରିଥିଲେ । ପୂର୍ବ ଗବେଷଣା ଆଧାରିତ କମ୍ପୁଟର ମଡେଲରୁ ଏହା ଜଣାପଡିଛି ଯେ ଗ୍ରୀନହାଉସ ଗ୍ୟାସ ଓ ଜଳିୟବାଷ୍ପ ବୃଦ୍ଧି ଯୋଗୁଁ ଜଳିତଥର ମୌସୁମୀ ଅସ୍ବାଭାବିକ ରହିବ । ମାତ୍ରାଧିକ ବର୍ଷା ମଧ୍ୟ ହୋଇପାରେ । ଯାହା କେତେକ ଅଂଚଳରେ ପ୍ରଳଯଙ୍କାରୀ ବନ୍ୟା ସ୍ଥିତି ସୃଷ୍ଟି କରିବ । ତେବେ ଚଳିତବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଅନୁମାନ କରିଛି ଆଇଏମଡି ।