
ସମ୍ୱଲପୁର, ୦୯/୦୬/୨୧ (ଜିଲ୍ଲା ଖବର) : ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଯାଇଛି ଟୋକିଓ ଟିକେଟ । ଆଗାମୀ ଟୋକିଓ ପାରାଅଲିମ୍ପିକ୍ସ ପାଇଁ ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଧିବଦ୍ଧ ଯୋଗ୍ୟତା ହାସଲ କରିଛନ୍ତି। ବିଶ୍ୱ ବ୍ୟାଡ୍ମିଣ୍ଟନ ସଂଘ (ବିଡବ୍ଲୁଏଫ୍) ପକ୍ଷରୁ ଏନେଇ ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ ଏବଂ ଭାରତୀୟ ପାରାଲିମ୍ପିକ୍ କମିଟିକୁ ସୂଚନା ଦିଆଯାଇଛି।
ଏହି ଖବର ମିଳିବା ପରେ ଭାରତୀୟ କ୍ରୀଡ଼ା ମହଲରେ ଖୁସିର ଲହରି ଖେଳି ଯାଇଛି। ପ୍ରମୋଦଙ୍କ ପାଖକୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ ପ୍ରମୋଦଙ୍କ ଜିଲ୍ଲା ତଥା ଗ୍ରାମ ଅତାବୀରାରେ ଖୁସିର ଲହରି ଖେଳିଯାଇଛି ।


