Tuesday, October 13, 2026
Home ଆଞ୍ଚଳିକ ୪୪୩ତମ ଦିବସରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

୪୪୩ତମ ଦିବସରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

11

ଯାଜପୁର,୮/୬(ଜିଲ୍ଲା ଖବର) :ମହାମାରୀ କରୋନାକୁ ପରାହତ କରିବା ପାଇଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତାରଥ ପରିଭ୍ରମଣ କରୁଥିବାସହ ରିଲିଫ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ନିରବଚ୍ଛିନ୍ନ ଭାବରେ ଆରମ୍ଭ ହୋଇ ଆଜି ୪୪୩ତମ ଦିବସରେ ପହଁଚିଛି।ଏହି ଅବସରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ସଂଯୋଜିକା ମଧୁସ୍ମିତା ନାୟକ,ସମାଜସେବୀ ଶଶିକାନ୍ତ ନାୟକଙ୍କ ତତ୍ୱାବଧାନରେ ଯାଜପୁର ଜିଲ୍ଲାର ତରପଦା,ରାମଚନ୍ଦ୍ରପୁର,ଦାଣ୍ଡିସାହି,କେନ୍ଦୁଆକୂଳ,ଜାଫରପୁର,ଦକ୍ଷିଣବନ୍ଧ,ସାଠିବାଟି,ବଡ଼କୁଆଁଲ,ସାନକୁଆଁଲ,ବାବଲପୁର, ଅସନପୁର, ଚଣ୍ଡୀପୁର ସମେତ ବିଭିନ୍ନ ଗ୍ରାମ ମାନଙ୍କରେ ଲୋକମାନଙ୍କୁ ମହାମାରୀ “କରୋନା” ସମ୍ପର୍କରେ ସଚେତନ କରାଇବାସହ ମହାକାଳ ବାତ୍ୟା “ୟସ” ଓ ବନ୍ୟାର ପ୍ରକୋପରୁ ରକ୍ଷା ପାଇବା ପାଇଁ କର୍ମକର୍ତ୍ତା ମାନଙ୍କଦ୍ୱାରା ଉଦ୍ଧାରକାର୍ଯ୍ୟ ସହ ଶୁଖିଲା ଖାଦ୍ୟ,ମାକ୍ସ ସାବୁନ, ସାନିଟାଇଜର,ଓ.ଆର.ଏସ ଆଦି ରିଲିଫ ସାମଗ୍ରୀ ମାନ ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ୪୩୮ତମ ଦିବସରୁ ୪୪୩ତମ ଦିବସ ପର୍ଯ୍ୟନ୍ତ ପାଞ୍ଚଦିନଧରି ପୂର୍ବ ଯାଜପୁର ଜିଲ୍ଲାରେ ନିରବଛିନ୍ନ ଭାବରେ ଚାଲୁ ରହିଥିବାର ଫାଉଣ୍ଡେସନ ପକ୍ଷରୁ ପ୍ରକାଶ ପାଇଛି।