
ଜଟଣୀ,୮/୬(ଜିଲ୍ଲା ଖବର) : ଆମରି ସତ୍ୟ ପକ୍ଷରୁ ମଙ୍ଗଳବାର ‘ହସର ଆସର’ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା । ଆମରି ସତ୍ୟର ପ୍ରତିଷ୍ଠାତା ଡଃ ପ୍ରମୋଦ ଚନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ପ୍ରଥମେ ଉଦଘାଟନ କରିବା ସହିତ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ହସର ଆବଶ୍ୟକତା ଉପରେ ସୈାମ୍ୟକ ସୁଚନା ପ୍ରଦାନ କରିଥିଲେ । ଏଥିରେ ମୂଖ୍ୟ ଅତିଥୀଭାବେ ଅବସରପ୍ରାପ୍ତ ଜିଲା ସ୍ୱାସ୍ଥ୍ୟଧିକାରୀ ଡଃ ଧନେଶ୍ୱର ସାହୁ ଭର୍ଚୁଆଲ ମାଧ୍ୟମରେ ଯୋଗଦାନ କରିଥିଲେ । ଏଥିରେ ୩୦ଜଣ କବି ଓ କବୟତ୍ରୀ ସାମିଲ ହୋଇଥିବା ବେଳେ ସେମାନଙ୍କର କବିତା ମାଧ୍ୟମରେ ହସର ଆସରକୁ ରୋମାଚଂକର କରିଥିଲେ । ଏହି କାର୍ଯ୍ୟକ୍ରମ ମହାମାରୀ କୋଭିଡରୁ ଲୋକମାନଙ୍କୁ କିପରି ଚିନ୍ତାମୁକ୍ତ କରି ସେମାନଙ୍କୁ ସୁସ୍ଥ କରାଯାଇପାରିବ ସେନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ବୋଲି ଆୟୋଜକ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଡଃ ରଶ୍ମିରଂଜନ ନାଥ ଓ ରଶ୍ମିତା ନାୟକ ସଂଯୋଜନା କରିଥିଲେ ।
ରୀପୋର୍ଟ , ସଞ୍ଜୀବ କୁମାର


