
ଗୁଣପୁର,୮/୬(ଜିଲ୍ଲା ଖବର) : ଗୁଣୁପୁର, ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅଧୀନରେ ଥିବା ପାଲିଆ ସାହି ଓ କଳିଙ୍ଗ ନଗରରେ ପାନୀୟ ଜଳର ଅଭାବ ଦେଖିବାକୁ ମିଳିଛି । ଏଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଲାଇନ ଯୋଗାଇ ଦିଆଯାଇଛି । ତଥାପି ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି ୱାର୍ଡ ବାସୀ । ବିଦ୍ୟୁତ ବିଭ୍ରାଟ ଯୋଗୁଁ ଠିକ ଭାବେ ପାଣି ମିଳୁନାହିଁ । ଅନ୍ୟପକ୍ଷରେ ଏଠାରେ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ତ୍ରୁଟି ରହିଥିବା କୁହାଯାଇଛି । କାହାକୁ ହାଣ୍ଡିଏ ତ କାହାକୁ ବାଲ୍ଟିଏ ପାଣି ମିଳିବା କଷ୍ଟକର ହୋଇପଡ଼ିଛି । ଏନେଇ ସେମାନେ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗ କୁ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କହିଛନ୍ତି । ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରାଯିବ ବୋଲି କୁହାଯାଇଛି ।
ରିପୋର୍ଟ, ରାମନାଥ ମହାନ୍ତି ।


