
ବାଲିଗୁଡ଼ା,୮/୬{ ସୁକାନ୍ତ କୁମାର ତ୍ରିପାଠୀ } : ଗତକାଲି ୧୨୭ ବଟାଲିୟନ ପକ୍ଷରୁ ବୁଦୃକିଆ ଗ୍ରାମର ୫୦ ପରିବାର ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏଥିରେ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ମହୋଦୟ ଶ୍ରୀ ଆନନ୍ଦ ଝାଙ୍କ ନେତୃତ୍ୱରେ F/ କମ୍ପାନୀ ଏବଂ HQ/୧୨୭ ବାଟାଲିନ ସିଆରପିଏଫ ଯବାନ ମାନେ ନିଜ ପଇସା ଚାନ୍ଦା ଏକାଠି କରି ଅତି ଆବଶ୍ୟକ ଜିନିଷ ଚାଉଳ, ଡାଲି, ପିଆଜ, ଲୁଣ, ସାବୁନ, ମାସ୍କ, ସନିଟାଇଯର ଇତ୍ୟାଦି ସାମଗ୍ରୀ କିଣି ଥିଲେ।ଏହି ସବୁ ଜିନିଷ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଦୃକିଆ ଗ୍ରାମର ୫୦ ପରିବାର କୁ ବଣ୍ଟନ କରାଯାଇଛି।ଏଥିରେ ୨୫୨ ଗରୀବ ଅସହାୟ ଲୋକ ଉପକୃତ ହେଲେ। ଶେଷରେ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା କହିଛନ୍ତି ଏହି ଭଳି କାର୍ଯ୍ୟକ୍ରମ ଭବିଷ୍ୟତରେ ଜାରି ରହିବ ଯାହା ଫଳରେ ଜନତା ଏବଂ ସିଆରପି ଏଫ୍ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ ।



