
ବାଲିଗୁଡା,୮/୬{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବନବାସୀ ସେବା ସମିତି ବାଲିଗୁଡ଼ା ରେ କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନକୁ ତହସିଲଦାର ଶଶାଙ୍କ ଶେଖର ପାତ୍ର ପତାକା ଦେଖେଇ ଆଜି ଶୁଭାରମ୍ଭ କରିଛନ୍ତି I ସ୍ଥାନୀୟ ସି. ଡି.ପି.ଓ. ଅନିତା କୁମାରୀ ଦାଶ ଏବଂ ବନବାସୀ ସେବାସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,ବିଶ୍ୱଜିତ୍ ଜେନା, ଦେବରାଜ, ସୁଜିତ୍, ରୋହିତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ I ବାଲିଗୁଡ଼ା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କରାେନା ସଚେତନତାର ବାର୍ତାକୁ ମାଇକ ଯୋଗେ ତଥା ପୋଷ୍ଟର, ଲିଫଲେଟ୍, ଫ୍ଲେକ୍ସ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ଲୋକମାନଙ୍କୁ ଟୀକାକରଣ ପାଇଁ ଆଗ୍ରହ ସୃଷ୍ଠି କରାଯିବ ବୋଲି ଅନୁଷ୍ଠାନର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଜଣାଇଥିଲେ I


