
ବାଲିଗୁଡ଼ା,୮/୬(ସୁକାନ୍ତ କୁମାର ତ୍ରିପାଠୀ ) : କରୋନା ମହାମାରୀ ସାରାଦେଶରେ ଲାଗିରହିଥିଲା ବେଳେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଙ୍କ ସମେତ ବାଲିଗୁଡ଼ା ନଗର ଯୁବମୋର୍ଚ୍ଚା ସଭାପତି ଶୁଭାଶିଷ ମିଶ୍ର, ଦିବାକର ସାହୁ, କୁସୁମୀ ପ୍ରଧାନ, ରମାନନ୍ଦ ଘଡେ଼ଇ, ମନୋଜ କୁମାର ରଥ, ବହୁ କର୍ମୀ ଉପସ୍ଥିତ ଥିଲେ | ଶିବିରରେ 22 ୟୁନିଟ ରକ୍ତ ସଂଗୃହିତ ହୋଇଛି | ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଡ଼.- ବିଜୟ କୁମାର ସୁର, LT- ଚିତ ରଞ୍ଜନ ନାୟକ , ସୁବାଷ ଚନ୍ଦ୍ର ବେହେରା ଓ ଶମ୍ବୁ ପ୍ରସାଦ ମୁଖି ପ୍ରଭୁତି ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |


