
ଆସିକା,୭/୬(ଜିଲ୍ଲା ଖବର) : ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତଘଟାଇ ଆସିକା ଅନ୍ତର୍ଗତ କାଳଷଣ୍ଢପୁର ପଞ୍ଚାୟତ ପଟୁଳିଗୁଡା ଠାରେ ଅବକାରୀ ନିରୀକ୍ଷକଙ୍କର ସ୍ଥାୟୀ କାର୍ଯ୍ୟାଳୟ ଉଦଘାନ କଲେ ଆସିକା ସାସଂଦ ପ୍ରମୀଳା ବିକ୍ଷୋୟୀ।ଉକ୍ତ ଉଦଘାଟନୀ ଉତ୍ସବରେ ବିଧାୟିକା ମଞ୍ଜୁଳା ସ୍ବାଇଁ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ସ୍ଥାନୀୟ ତହସିଲଦାର ସଦାନନ୍ଦ ସେଠୀ,ପୁର୍ତ୍ତ ବିଭାଗୀୟ ଆସିଷ୍ଟାଣ୍ଡ ଇଞ୍ଜିନିୟର ଏସ ଏନ ମୁଦୁଲି,ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା,ଉପ ଅଧିକ୍ଷକ ଅଭିରାମ ବେହେରା,ଅବକାରୀ ନିରିକ୍ଷକ ଧିରେନ କୁମାର ବେହେରା ଉପସ୍ଥିତ ଥିଲେ।ଆସିକା ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ବେଆଇନ ନିଶା କାରବାର ରୋକିବା ନେଇ ଉକ୍ତ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ନିରୀକ୍ଷକ ଶ୍ରୀ ଭତ୍ରା।





