
ଜଟଣୀ୭/୬(ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନବଜାର ବନ୍ଦ ରହିଥିବା ବେଳେ ଗରୀବ ଅସହାୟମାନଙ୍କୁ ଖାଦ୍ୟ ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏମାନେ ବିଭିନ୍ନ ସ୍ଥାନରେ ଭୋକ ଉପାସରେ ବସିଥିବା ଦେଖି ଖାଦ୍ୟ ଯୋଗାଇଛି LNSSP FOUNDATION ସ୍ୱେଛାସେବୀ ସଂଗଠନ । ଜଟଣୀ ପକ୍ଷରୁ ଅସହାୟ ଓ ଗରୀବ ଭିନ୍ନକ୍ଷମ,ଦୃଷ୍ଟିହୀନ ଓ ଭିକ୍ଷାବୃତ୍ତି ଲୋକମାନଙ୍କ ପାଇଁ ରାତ୍ରୀ ଆହାର ସେବା ପ୍ରଦାନ । ସ୍ଥାନୀୟ ସୀତାରାମଛକ,ହରିଭାଇନାଛକ,ରେଳ ଷ୍ଟେସନ,ହାଟବଜାର ପ୍ରଭୃତି ଅଂଚଳରେ ଖାଦ୍ୟ ପ୍ରଦାନ କରାଯାଇଥିଲା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଚିମ୍ପୁ ମିଶ୍ର,ସୁମନ ଘଣ୍ଟ,ଅଭିରାମ ନନ୍ଦ,ଅଭିନାଶ ଦାଶ,ସିତୁନା ପ୍ରଧାନ,ବିନୋଦ ସାବତ,ଜଗନ୍ନାଥ ମହାପାତ୍ର,ସୁଶାନ୍ତ ବାରିକ,ମୁନା ସାହୁ,ଲକି ସାହୁ ପ୍ରମୁଖ ସହଯୋଗ ରହିଥିଲ। ।
ରିପୋର୍ଟ, ସଞ୍ଜୀବ କୁମାର ।


