Sunday, November 15, 2026
Home ଆଞ୍ଚଳିକ ଭୁବନେଶ୍ବର ଆଇଆଇଟି ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ

ଭୁବନେଶ୍ବର ଆଇଆଇଟି ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ

23

ଜଟଣୀ,୭/୬(ଜିଲ୍ଲା ଖବର) : ଜଟଣୀ ଅରଗୁଳସ୍ଥିତ ଭୁବନେଶ୍ବର ଆଇଆଇଟି ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି ଆଇଆଇଟିର ନିର୍ଦେଶକ ପ୍ରଫେସର ଆର.ଭି. ରାଜକୁମାର ଆଇଆଇଟି ପରିସରରେ ଚାରା ରୋପଣ କରିଥିଲେ। ଦେଶର ପରିବେଶକୁ ସନ୍ତୁଳିତ କରିବା ଲାଗି ଦେଶକୁ ପ୍ରଦୂଷଣ ମୁକ୍ତ ରଖିବା, ଉତ୍ତାପ ଓ ଅଙ୍ଗାରକାମ୍ଳ ହ୍ରାସ କରିବା, ସବୁଜ ବଳୟ ସୃଷ୍ଟି କରି ଯୁବପିଢ଼ିଙ୍କୁ ସୁସ୍ଥ ରଖିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ। ଆଇଆଇଟି ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା ଆଇଆଇଟିର ଡ଼ିନ୍ ଡଃ. ଶ୍ରୀନିବାସ ଭାସ୍କର କରାଙ୍କି, ମୁଖ୍ୟ ସୁରକ୍ଷାଧିକାରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ, ଆଇଆଇଟିର ଅଧ୍ୟାପକ, କର୍ମଚାରୀ ଏବଂ ପରିବାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ, ସଞ୍ଜୀବ କୁମାର ।