Thursday, November 12, 2026
Home ଆଞ୍ଚଳିକ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବଡ଼ ଖୁଲାସା

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବଡ଼ ଖୁଲାସା

27

ନୂଆଦିଲ୍ଲୀ, ୦୭/୦୬/୨୧ (ଜିଲ୍ଲା ଖବର) : ଆଉ ଦିନ କେଇଟା ପରେ ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିବାକୁ ଯାଉଛି । ତାଙ୍କର ଅଚାନକ ମୃତ୍ୟୁ, ତାଙ୍କ ପରିବାର ସମେତ, ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଥିଲା । ଏହାପରେ ତାଙ୍କ ମୃତ୍ୟୁ ମାମଲାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିଲା ।

ଆଉ କେଇଟା ଦିନ ପରେ ତାଙ୍କ ମୃତ୍ୟୁକୁ ବର୍ଷ ପୁରିବାକୁ ଯାଉଥିବା ବେଳେ,  ଏବେ ପୁଣି ଥରେ ବେଶ ଆକ୍ଟିଭ ହୋଇ ଉଠିଛି ଏନସିବି । କିଛି ଦିନ ପୂର୍ବରୁ ଏନସିବି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଛି । ଏବେ ଏହି ମାମଲାକୁ ନେଇ ଆଉ କିଛି ଅଗ୍ରଗତି ହୋଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଏନସିବିକୁ ଦେଇଥିବା ବୟାନ ଚାର୍ଜସିଟରେ ବି ସାମିଲ ହୋଇଛି । କୋର୍ଟବି ଏହାକୁ ଗ୍ରହଣ କରିଥିବା ଜଣାପଡିଛି ।

ରିୟାଙ୍କ ବୟାନ ଅନୁସାରେ, ସୁଶାନ୍ତ କିଛି ଭଲ କରୁ ନଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିଲା । ଏହାକୁ ନେଇ ସୌଭିକ ଚିନ୍ତିତ ଥିଲେ । ସୌଭିକ ଏବଂ ମୁଁ Clomnezepan  ଓ ଏହାର ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ କଥା ହେଉଥିଲୁ । ଡାକ୍ତର ନିକିତାଙ୍କ ସହ କଥା ହେବା ପରେ, ଜଣାପଡିଲା ଆମେ ଗୁଗଲ ଡାକ୍ତର ହେବାର ନାହିଁ । ମୁଁ ଆହୁରି କହିବାକୁ ଚାହୁଁଛି ଯେ, ୮ ଜୁନ ୨୦୨୦ରେ ସୁଶାନ୍ତ ସିଂହ ରାଜପୁତ୍ ନିଜ ଭଉଣୀ ପ୍ରିୟଙ୍କାଙ୍କ ପାଖରୁ ଏକ ହ୍ପାଟସଅପ୍ ମେସେଜ୍ ପାଇଥିଲେ । ସେଥିରେ ଲେଖାଥିଲା, Librium 10 mg, nexito   ଆଦି  ଡ୍ରଗ୍ସ ସୁଶାନ୍ତ ସେବନ କରନ୍ତୁ ।

ଏହା ସହ ସେ ହୃଦରୋଗ ବିଶେଷଜ୍ଞ  ଡାକ୍ତର ଅରୁଣଙ୍କ ଏକ ପ୍ରେସକ୍ରିପ୍ସନ ରିୟା ଦେଇଛନ୍ତି । ସେ ସୁଶାନ୍ତଙ୍କୁ ଜଣେ ଓପିଡି ରୋଗୀ ଭାବେ ମାର୍କ କରିଛନ୍ତି । ଏହାର ଅର୍ଥ ତୁରନ୍ତ ସୁଶାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଥିଲା । ଏହି ସବୁ ଔଷଧPsyclitists ଙ୍କ ବିନା ପରାମର୍ଶରେ ଦିଆ ଯାଇ ପାରିବ ନାହିଁ ।  କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ ଲେଖିଛନ୍ତି ଯେ ସୁଶାନ୍ତ ୧୮ ବର୍ଷରୁ ଅଧିକ  ବୟସର ଥିଲେ, ଓ ସେ ମାରିଜୁଆନା ସେବନ କରୁଥିଲେ । ମୋ ସହ ସାକ୍ଷାତ ପୂର୍ବରୁ ସେ ଏହା ସେବନ କରୁଥିଲେ । ମାରିଜୁଆନା ଦେବାକୁ କିମ୍ବା ନେବାକୁ ସେ ମୋ ପାଖକୁ ଆସୁଥିଲେ ।

ତାଙ୍କୁ ମୁଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲି । ହେଲେ ସେ ଯାଇ ନଥିଲେ । ମୁଁ କହି ରଖୁଛି ଯେ, ସୁଶାନ୍ତଙ୍କ ସମ୍ପର୍କରେ ତାଙ୍କ ପରିବାର ଜାଣିଥିଲେ । ତାଙ୍କ ଭଉଣୀ ପ୍ରିୟଙ୍କା ଓ ତାର ଭିଣୋଇ ସିଦ୍ଧାର୍ଥ ମାରିଜୁଆନା ସେବନ କରୁଥିଲେ ।  ଏବଂ ତାଙ୍କୁ ଦେଉଥିଲେ । ମୁଁ ଏହି ବୟାନ ଦେବାବେଳେ, ଏନସିବି  ଅଧିକାରୀ ମୋ ସହ ଭଲ ବ୍ୟବହାର କରିଥିଲେ । ମୁଁ କାହା ଭୟରେ କି ଚାପରେ ପଡି ବୟାନ ଦେଇନାହିଁ ବୋଲି ରିୟା ଲେଖିଛନ୍ତି ।