Home ଅପରାଧ ଶାଳୀକୁ ମାରି ଶାଶୂକୁ ଦୁଷ୍କର୍ମ କଲା ଜ୍ୱାଇଁ

ଶାଳୀକୁ ମାରି ଶାଶୂକୁ ଦୁଷ୍କର୍ମ କଲା ଜ୍ୱାଇଁ

14

କେନ୍ଦୁଝର,୦୭/୦୬/୨୧ (ଜିଲ୍ଲା ଖବର) :  ଶାଳୀକୁ କୁରାଢ଼ୀରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୂକୁ ହାତ ବାନ୍ଧି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁର ଗାଁରୁ। ଏହାସହ ଶାଳୀର ମୃତଦେହକୁ ୨୦୦ ଫୁଟ ଖାଲକୁ ହତ୍ୟାକାରୀ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ହେଉଛି ରୂପ ସିଂ ସିଦ୍ଧୁ ।

ସୂଚନାନୁସାରେ, ମୂର୍ଗାପଡାରେ ରହୁଥିବା ଶାଶୂ ଓ ଶାଳୀ ସହିତ ରୂପ ସିଂ ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିଲା । ବାଟରେ ଶାଳୀ ସହିତ ଝଗଡା ହୋଇଥଇଲା। ଝଗଡା ଉଗ୍ର ରୂପ ନେବାରୁ ରୂପ ସିଂ ମରିୟମକୁ କୁରାଢ଼ୀରେ ବେକକୁ କାଟି ୨୦୦ ଫୁଟ ଖାଲକୁ ଫିଙ୍ଗି ଦେଇଥିଲା । ଏହାସହ ଶାଶୂକୁ ଗାମୁଛାରେ ବାନ୍ଧି ଦୁଷ୍କର୍ମ କରିଥିଲା । କୌଶଳ କ୍ରମେ ଶାଶୂ ଖସି ଆସି ଜ୍ବାଇଁ ନାଁରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ଯାଏଁ ମୃତଦେହ ଉଦ୍ଧାର କରାଯାଇପାରିନାହିଁ। ଏହାସହ ଘଟଣା ପରେ ରୁପ ସିଂ ଫେରାର ରହିଛି।