
୦୭/୦୬/୨୧ (ଜିଲ୍ଲା ଖବର) : ଦେଶରେ ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି । ଏଥିପାଇଁ ପିଲାଙ୍କୁ କିପରି ଆଗୁଆ ଟିକା ଦିଆଯାଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସରେ ପିଲାଙ୍କଠାରେ କୋଭାକ୍ସିନ୍ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ସ୍କ୍ରିନିଂ ପ୍ରକ୍ରିୟା । ୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଉପଯୁକ୍ତ କି ନୁହେଁ ତାହା ଯାଞ୍ଚ କରାଯିବ ।
ସେହିପରି ପାଟଣା ଏମ୍ସରେ ଆଉ ୭ ଜଣ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯାଇଛି । ଜୁନ୍ ୩ ତାରିଖରେ ପାଟଣା ଏମ୍ସରେ ୨ରୁ ୧୮ ବର୍ଷ ପିଲାଙ୍କଠାରେ ଟିକା ପରୀକ୍ଷଣ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୩ ଜଣ ଶିଶୁଙ୍କୁ କରୋନା ଟିକା ଦିଆଯାଇଥିଲା । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାନଗଲେ ତୃତୀୟ ଲହର ଅଧିକ ବିନାଶକାରୀ ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତବାନୀ ଦେଇଛନ୍ତି । ଏହା ପିଲାମାନଙ୍କୁ ଅଧିକ ସଂକ୍ରମିତ କରିପାରେ ।
କିଛି ଦିନ ପୂର୍ବରୁ, ଏମ୍ସ ପାଟନାରେ ଭାରତ ବାୟୋଟେକ୍ ଟିକା ଅନୁମୋଦନ ପାଇବା ପରେ ଶିଶୁରୋଗ ପରୀକ୍ଷା ଆରମ୍ଭ ହୋଇଛି । ମେ ୧୧ରେ, ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପିଲାମାନଙ୍କ ଉପରେ ଟିକାକରଣର ମାନବ ପରୀକ୍ଷାକୁ ଅନୁମୋଦନ କରିଥିଲା ।


