Sunday, November 15, 2026
Home ଆଞ୍ଚଳିକ ହସ୍ପିଟାଲରେ ଭର୍ତ୍ତୀ ହେଲେ ଅଭିନେତା ଦିଲୀପ୍ କୁମାର

ହସ୍ପିଟାଲରେ ଭର୍ତ୍ତୀ ହେଲେ ଅଭିନେତା ଦିଲୀପ୍ କୁମାର

15

ନୂଆଦିଲ୍ଲୀ, ୦୭/୦୬/୨୧ (ଜିଲ୍ଲା ଖବର) : ହସ୍ପିଟାଲରେ ଭର୍ତ୍ତୀ ହେଲେ ଅଭିନେତା ଦିଲୀପ୍ କୁମାର । ଗତକାଲି  ସକାଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ଡାକ୍ତର କହିଛନ୍ତି ଯେ, ତାଙ୍କୁ Bilateral Pleural effusion  ସମସ୍ୟା ରହିଛି ।  ତେଣୁ ତାଙ୍କୁ ଆଇସିୟୂରେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖା ଯାଇଛି ।   

ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବା ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ତଥା ତାଙ୍କ ଶୁଭଚିନ୍ତକ ମାନେ ତାଙ୍କର ଆଶୁ ଅରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ : ଅଭିନେତା ଦିଲୀପ କୁମାରଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ତାଙ୍କ ପତ୍ନୀ ଦିଲୀପଙ୍କର ଆଡମିଟ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଅନ୍ୟପଟେ, ଦିଲୀପ କୁମାରଙ୍କ ଟ୍ବୁଟର ହ୍ୟାଣ୍ଡେଲ ରେ କୁହାଯାଇଛି ଯେ,  ସେ ଏବେ ବିଲକୁଲ ଠିକ୍ ଅଛନ୍ତି । ଆପଣମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ୍ । ଡାକ୍ତରଙ୍କ ଅନୁଯାୟୀ, ତାଙ୍କୁ ୨-୩ ଦିନରେ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ ।