
ନୂଆଦିଲ୍ଲୀ, ୦୭/୦୬/୨୧ (ଜିଲ୍ଲା ଖବର) : ଜଣାଶୁଣା କଓ୍ବାଲି ଗାୟକ ସଇଦ୍ ସାବ୍ରି ଆଉ ଏ ଦୁନିଆଁରେ ନାହାଁନ୍ତି । ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ଶୁଣିବା ପରେ, ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବଲିଉଡରେ ସେ ଅନେକ ସୁପରହିଟ ଗୀତ ଭେଟି ଦେଇଛନ୍ତି । ତା ମଧ୍ୟରେ ‘ସିର୍ଫ ତୁମ୍….’କ୍ ମୁଲାକାତ୍ ଜରୁରୀ ହେ ସନମ’, ଭଳି ଗୀତ ସାମିଲ ରହିଛି ।
ଖବର ଅନୁଯାୟୀ, କିଛି ଦିନ ଧରି ସଇଦ ସାବ୍ରି ଅସୁସ୍ଥ ଥିଲେ । ତେବେ ତାଙ୍କର ଦେହାନ୍ତ ଖବର ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟକା ଦେଇଛି । ଅନେକ ସେଲିବ୍ରେଟି ସୋସିଆଲ ମିଡିଆ ମାଧ୍ୟମରେ ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ତେବେ ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।


