
୦୭/୦୬/୨୧ (ଜିଲ୍ଲା ଖବର) : ଦୁଇଟି ଟ୍ରେନ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାନୁସାରେ, ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ସହର ପାଖରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ସାର ସୟଦ ଏକ୍ସପ୍ରେସ ଟ୍ରେନ୍ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ ସହ ଦୁର୍ଘଟଣା ହୋଇଛି। ଉଭୟ ଟ୍ରେନ ଏବେ ରେଳଧାରଣା ଉପରେ ପଡ଼ି ରହିଛି। ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଆସି ଆହତ ଏବଂ ମୃତକଙ୍କୁ ଉଦ୍ଧାର କରିଛନ୍ତି। କରୋନା ମହାମାରୀ ପାଇଁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଏତେଟା ନଥିବା ସୂଚନା ରହିଛି।


