
ନୂଆଦିଲ୍ଲୀ,୦୭/୦୬/୨୧ (ଜିଲ୍ଲା ଖବର) : ଦେଶରେ କମୁଛି ସଂକ୍ରମଣ। ଲଗାତାର ଭାବେ ଦୈନିକ ସଂକ୍ରମଣରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୦୦,୬୩୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୦୯ ହଜାର ୯୭୫କୁ ବୃଦ୍ଧି ପାଇଛି। ଯାହା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୨୭ ରହିଛି। ଏଯାଏଁ ଦେଶରେ ୩ ଲକ୍ଷ ୪୯ ହଜାର ୧୮୬ ଜଣଙ୍କ ଜୀବନ ନେଲାଣି କରୋନା। ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୭୪,୩୯୯।


