
୦୭/୦୬/୨୧ (ଜିଲ୍ଲା ଖବର) : ବୋଉ.. ଏ ବୋଉ ମୁଁ ଗାଧୋଇ କି ଆସିସାରିଲିଣି। କୁଆଡେ ଗଲୁ ଆସେ ଜଲଦି ମତେ ସଜେଇଦେ। ଅଳତା ଲଗେଇ ଦେ, କୁଙ୍କୁମ ଲଗେଇ ଦେ, ମୁଁ ଦୋଳି ଖେଳିବାକୁ ଯିବି ପା। କୁଆଡେ ଗଲୁ।
ରଜ ଆସିଲେ ପ୍ରତିଘରେ ଦେଖିବାକୁ ମିଳେ ଏଭଳି କିଛି ଦୃଶ୍ୟ।ସଜବାଜକୁ ବୁଲାବୁଲି ବେସ ଜମେ। ହେଲେ ଏଥର ସବୁ ଫିକା ଫିକା । ଆଉ କିଛି ଦିନର ଅପେକ୍ଷା। ଦୋଳି ଲାଗିଥାଆନ୍ତା, ସମସ୍ତେ ସଜବାଜ ହୋଇଥାନ୍ତେ, ମିଳିମିଶି ପାନ ଖିଆ ହୋଇଥାଆନ୍ତା। କିନ୍ତୁ ସବୁ କିଛି ଫିକା। ଗତ ବର୍ଷ ପରି ଚଳିତ ବର୍ଷର ରଜ ମଧ୍ୟ ଫିକା ପଡିବ । କାରଣ ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଅନ୍ୟପଟେ ଲକ ଡାଉନ କଟକଣା ସମସ୍ତଙ୍କୁ ଘରେ ବାନ୍ଧି ରଖିଛି।
ଚଳିତ ବର୍ଷ ତିନିଦିନିଆ ରଜ ୧୪-୧୫-୧୬ ତାରିଖରେ ପାଳନ କରାଯିବ । ୧୪ ତାରଖରେ ପହିଲି ରଜ, ୧୫ ତାରିଖରେ ରଜ ସଂକ୍ରାନ୍ତି ଏବଂ ୧୬ ତାରିଖରେ ଶେଷ ରଜ।ତେବେ ଦିନକୁ ଦିନ କରୋନା ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନକୁ ବଢାଇଛନ୍ତି। ଫଳରେ ଲକଡାଉନ ୩.୦ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଏହି ଲକ ଡାଉନ ଭିତରେ ଚଳିତ ବର୍ଷର ରଜ ଶେଷ ହୋଇଯିବ।
ଗତ ବର୍ଷ ମଧ୍ୟ ରଜ ଫିକା ପଡିଯାଇଥିଲା। ଆଉ ଏଥର ବି ରଜ ମଉଜ ସମ୍ପୂର୍ଣ୍ଣ ଭାବରେ ଫିକା ପଡ଼ିବ। ତେବେ କରୋନା ମହାମାରୀ ସମୟରେ ସମସ୍ତେ ଘରେ ରହି


