
କୋଲକାତା,୦୭/୦୬/୨୧ (ଜିଲ୍ଲା ଖବର) : ଦିଦି ଗାଦିରେ ବସିଲା ପରେ ଆରମ୍ଭ ହେଲା ଅଦଳବଦଳ। ପୁତୁରାକୁ କରିଦେଲେ ଜାତୀୟ ଦଳର ସାଧାରଣ ସମ୍ପାଦକ। ନୂଆ ନିଷ୍ପତ୍ତି ଅନୁଯାୟୀ, ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି । ଅଭିଷେକ ମମତାଙ୍କ ପୁତୁରା ଏବଂ ଡାଇମଣ୍ଡ ହାରବରର ସାଂସଦ।
ଆଜି ବସିଥିବା କାର୍ଯ୍ୟକାରୀ କମିଟିର ବୈଠକରେ ସାଂଗଠନିକ ଅଦଳବଦଳ ହୋଇଛି । ଏଣିକି ଦେଶର ବିଭିନ୍ନ ରାଜ୍ୟରେ ଟିଏମସି ତା’ର ସାଂଗଠନକୁ ମଜବୁତ୍ କରିବ ବୋଲି କୁହାଯାଇଛି। ଅଭିଷେକ ବାନାର୍ଜୀ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦ ପାଇଥିବାରୁ ତାଙ୍କୁ ଏବେ ଟିଏମସି ୟୁଥ ୱିଙ୍ଗର ଇନ ଚାର୍ଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ୟୁଥ ୱିଙ୍ଗର ନେତୃତ୍ୱ ଅଭିନେତାରୁ ରାଜନେତା ବନିଥିବା ସାୟୋନି ଘୋଷ ନେବେ।


