ଆସିକା,୨୧/୧୦(ଖିରୋଦ ବେହେରା) : ଆସିକା ବ୍ଲକ ହରିଡାପଦର ପଚାୟତ ମଟାଂପଡା ଶାଖା ଦିବ୍ୟ ଜୀବନ ସଂଘର ଏକ ଦିବସୀୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ଶାଖା ଦିବ୍ୟ ଜୀବନ ସଂଘର ସହ ଯୋଗରେ ଅନୁଷ୍ଟିତ ହୋଇଥିବା ବେଳେ ମଟାଂପଡା ଗ୍ରାମ ବ୍ରହ୍ମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ସମୟରେ ନଗର କୀର୍ତନ, ଭଜନ, ଗୁରୁ ପାଦୁକା ପୂଜା, ହନୁମାନ ଚାଳିଶା ପଠନ, ଶନିଶ୍ଚର ସ୍ତ୍ରୋତ ପାଠ, ଜଳଯୋଗ, ଜ୍ଞାନ ଆରୋହଣ, ଆଧ୍ୟାତ୍ମିକ ପ୍ରବଚନ ପ୍ରମୁଖ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଚିଦାନନ୍ଦ ଜନ୍ମ ଶତାବର୍ଷିକୀ ପାଳନ କମିଟିର ରାଜ୍ୟ ଦିବ୍ୟ ଜୀବନ ସଂଘର ମୂଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ସମେତ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଓମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜ, ଦକ୍ଷିଣ ଓଡିଶା ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିିତିର ଉପଦେଷ୍ଟା ଦେବହରି ମହାନ୍ତି, ଉପସଭାପତି କୁଞ୍ଜବିହାରୀ ପାଢୀ, ସହସମ୍ପାଦକ ଲକ୍ଷ୍ମିନାରାୟଣ ନାୟକ, ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିରରେ ଆଧ୍ୟାତ୍ମିକ ବାର୍ତା ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତନ ସମ୍ଭବ ବୋଲି ଏହି ଶିିବିରରେ ଆଲୋଚନା କରାଯାଇଥିଲା ।



