
୦୭/୦୬/୨୧ (ଜିଲ୍ଲା ଖବର) : 2019ରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ଉଭୟ ଦେଶ ପକ୍ଷରୁ ଆସାଇନମେଣ୍ଟ ଭିଜାକୁ ବନ୍ଦ କରି ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଲାଗିଥିବା ବିଭିନ୍ନ ବିବାଦ ଭିତରେ ଖୁବ୍ ଶୀଘ୍ର ଏହା ଉପରେ ସମାଧାନ ଅଣାଯିବ ।
ଆସାଇନମେଣ୍ଟ ଭିଜାକୁ ନେଇ ଦୁଇ ଦେଶ ମଧ୍ୟରେ ରବିବାର ଏକ ବୁଝାମଣା ଅନୁଷ୍ଠିତ ହୋଇଛି । ସୂଚନା ଅନୁସାରେ ଜୁନ ୧୬ରେ ଭାରତ ଓ ପାକିସ୍ତାନ ପକ୍ଷରୁ ରାଜନୈତିକ ଓ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଆସାଇନମେଣ୍ଟ ଭିଜାକୁ ମଞ୍ଜୁରୀ ଦିଆଯିବ । ଗତ 2 ବର୍ଷରେ ଜରୁରୀକାଳୀନ ଭିଜା ବ୍ୟତୀତ ଭାରତୀୟ କର୍ମଚାରୀଙ୍କ ପାଇଁ ପାକିସ୍ତାନ କୌଣସି ଭିଜା ମଞ୍ଜୁରୀ ପ୍ରଦାନ କରିନାହିଁ ।



