Monday, November 16, 2026
Home ଆଞ୍ଚଳିକ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ରିପୋର୍ଟ, ଉହାନରୁ ଲାବରୁ ଲିକ ହୋଇଛି କରୋନା ଭୂତାଣୁ

ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ରିପୋର୍ଟ, ଉହାନରୁ ଲାବରୁ ଲିକ ହୋଇଛି କରୋନା ଭୂତାଣୁ

12

ନୂଆଦିଲ୍ଲୀ,୦୭/୦୬/୨୧ (ଜିଲ୍ଲା ଖବର) : ଚୀନ୍‌ର ଉହାନ ଲାବ୍‌ରୁ ହିଁ କରୋନା ଭୂତାଣୁ ଲିକ ହୋଇଛି। ଭାଇରସ ଲିକ୍ ଷଡ଼ଯନ୍ତ୍ରକୁ ନେଇ ପୂରା ବିଶ୍ୱରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଭାରତରେ ସୋସିଆଲ ମିଡିଆରେ ଏକ ଅନଲାଇନ ଗ୍ରୁପ ଡ୍ରାଷ୍ଟିକର କିଛି ସଦସ୍ୟ ଚୀନର ଉହାନ ଲାବରେ କରୋନାଭାଇରସ ଲିକର ପର୍ଦାଫାଶ କରିଛନ୍ତି । ଏହି ଗ୍ରୁପ ଟ୍ୱିଟରରେ ଦି ସିକର ନାମରେ ଏକ ଆକାଉଣ୍ଟ ପରିଚାଳନା କରୁଛନ୍ତି ।

ବିଶେଷ ଭାବରେ ଏଥିରେ ଥିବା ଭାରତୀୟ ବୈଜ୍ଞାନିକ ଦମ୍ପତି କରୋନା ଭୂତାଣୁ ଉହାନ୍ ଲ୍ୟାବ୍‌ରୁ ଲିକ୍ ହୋଇଥିବା ନେଇ ଦାବି କରିଛନ୍ତି । ପୁଣେରେ ବାସ କରୁଥିବା ବୈଜ୍ଞାନିକ ଦମ୍ପତି ଡ. ରାହୁଲ ବାହୁଲିକର ଏବଂ ଡ. ମୋନାଲୀ ରାହାଲକର ଏନେଇ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ ବୈଜ୍ଞାନିକ ଦମ୍ପତିଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିସେଣ୍ଟ୍ରାଲାଇଜ୍ ରେଡିକାଲ ଅଟୋମୋନସ୍ ସର୍ଚ୍ଚ ଟିମ୍ ଇନଭେଷ୍ଟିଗେଟିଙ୍ଗ୍ କୋଭିଡ୍‌-୧୯ରେ କରୋନା ଭୂତାଣୁ ଉହାନ ଲ୍ୟାବ୍‌ରୁ ଲିକ୍ ହୋଇଥିବା ଦର୍ଶାଯାଇଥିଲା।

ତେବେ ପ୍ରଥମେ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇଥିଲା। ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ଚାଇନାର ଉହାନ୍ ଲ୍ୟାବ୍ ପ୍ରତି ଥିବା କଡ଼ା ଆଭିମୁଖ୍ୟ ପ୍ରକାଶ ପାଇବା ପରେ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ରିପୋର୍ଟ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଉହାନ୍ ଲ୍ୟାବ୍‌ରୁ ଜାଣିଶୁଣି କରୋନା ଭୂତାଣୁର ଲିକ୍ କରାଯାଇଥାଇପାରେ ବୋଲି ଏହି ଗବେଷଣାରେ ଦାବି କରାଯାଉଛି ।