Thursday, November 12, 2026
Home ଆଞ୍ଚଳିକ ଘରେ ରହି ବି ଗଙ୍ଗାରେ ହୋଇ ପାରିବ ଅସ୍ଥି ବିସର୍ଜନ

ଘରେ ରହି ବି ଗଙ୍ଗାରେ ହୋଇ ପାରିବ ଅସ୍ଥି ବିସର୍ଜନ

14

୦୭/୦୬/୨୧ (ଜିଲ୍ଲା ଖବର) :  ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗାରେ ଅସ୍ଥି ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏଥିପାଇଁ କାହିଁ କେତେ ଦୂରରୁ ଲୋକେ ବାରାଣାସୀ, ପ୍ରୟାଗରାଜ, ହରିଦ୍ୱାର ଏବଂ ଗୟାଠାରେ ଅସ୍ଥି ବିସର୍ଜନ କରିବାକୁ ଯାଇଥାନ୍ତି ।  ହେଲେ କୋରୋନା ମହାମାରୀ ଯୋଗୁଁ ଦୂର ସ୍ଥାନକୁ ଯାତ୍ରା କରିବା ବିପଦଜ୍ଜନକ ହୋଇପଡିଛି । ତେବେ ଲୋକମାନଙ୍କୁ ଏହି ସୁବିଧା ଯୋଗାଇଦେବାକୁ ନୂଆ ଚିନ୍ତାଧାରା ସହ ଆଗେଇ ଆସିଛି ଉତ୍ତରପ୍ରଦେଶ ବାରଣାସୀରେ ଥିବା ଓମ୍ ଦିବ୍ୟ ଦର୍ଶନ ନାମକ ସଂସ୍ଥା ।

ଘରେ ରହି ବି ଗଙ୍ଗାରେ ହୋଇପାରିବ ଅସ୍ଥି ବିସର୍ଜନ । ସେଥିପାଇଁ  ଆପଣଙ୍କୁ କେଉଁଠାକୁ ଯାତ୍ରା କରିବାକୁ ପଡିବନି । ଘରେ ରହି ଆପଣଙ୍କୁ htpp: //omdivysdarshan.org ପୋର୍ଟାଲରେ ପଞ୍ଜୀକୃତ କରିବାକୁ ପଡିବ । ନିଜ ପରିଜନଙ୍କ ଅସ୍ଥିକୁ ପ୍ୟାକିଂ କରି ବାରାଣାସୀ, ପ୍ରୟାଗରାଜ, ହରିଦ୍ୱାର ଏବଂ ଗୟାକୁ ପଠାଇପାରିବେ । 

ତେବେ ପ୍ୟାକେଟ୍ ଉପରେ ଓମ୍ ଦିବ୍ୟ ଦର୍ଶନ ସଂସ୍ଥା ବୋଲ୍ଡ ଲେଟରରେ ଲେଖିବାକୁ ପଡିବ । ଯାହାଦ୍ୱାରା ପାର୍ସଲକୁ ଚିହ୍ନଟ କରିବାରେ ସୁବିଧା ହେବ । ଏହାସହ ଯେଉଁ ବ୍ୟକ୍ତି ଏହାକୁ ପଠାଉଛନ୍ତି ତାଙ୍କର ସମ୍ପୂର୍ଣ୍ଣ ଠିକଣା ଲେଖିବେ । ଏହାପରେ ସ୍ପିଡ୍ ପୋଷ୍ଟ କରିବା ସମୟରେ ଥିବା ବାର୍ କୋଡ ସ୍କାନ କରି ପୋର୍ଟାଲରେ ଅପଲୋଡ କରିବେ । ଏହାକୁ ବାରଣାସୀ ଡାକ ବିଭାଗ ସମ୍ପୂୃକ୍ତ ସଂସ୍ଥାକୁ ପଠାଇଦେବ ।

ତେବେ ଅସ୍ଥି ବିସର୍ଜନ ସମୟରେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବ ସଂସ୍ଥା । ବିସର୍ଜନ ସମୟରେ ଅସ୍ଥି ପଠାଇଥିବା ବ୍ୟକ୍ତି ମଧ୍ୟ ୱେବକାସ୍ଟ ମାଧ୍ୟମରେ ସିଧାସଳଖ ଯୋଡି ହୋଇ ଏହାକୁ ଦେଖିପାରିବେ । ତେବେ ସମସ୍ତ ରିତିନୀତି ସମ୍ପନ୍ନ ହେବା ପରେ ସେହି ଠିକଣାରେ ଗଙ୍ଗା ପାଣି ପଠାଇବ ସଂସ୍ଥା ।