
ସୁନ୍ଦରଗଡ, ୦୭/୦୬/୨୧ (ଜିଲ୍ଲା ଖବର) : ସେଲ୍ଫି ହେଲା କାଳ । ସେଲ୍ଫି ନେବା ବେଳେ ପାଣିରେ ବୁଡି ଜଣେ ମୃତ, ଜଣେ ନିଖୋଜ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଡ୍ୟାମ ନିକଟରେ ଘଟିଛି ଏଭିଳ ଅଭାବନୀୟ ଘଟଣା।
ରାଉରକେଲାର ପାଞ୍ଚ ଜଣ ଯୁବକ କାଂଶବାହାଲ ଡ୍ୟାମ ବୁଲିବାକୁ ଯାଇଥିଲେ । ଡ୍ୟାମ କୂଳରେ ସେଲ୍ଫି ନେଉଥିବା ବେଳେ ଦୁଇ ଜଣ ପାଣିରେ ପଡିଯାଇଥିଲେ । ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।



