
ପୁରୀ,୦୭/୦୬/୨୧ (ଜିଲ୍ଲା ଖବର) : ଜମି ବାଡି ବିବାଦକୁ ନେଇ ଗଡିଶାଗୋଦା ଥାନା ଅଞ୍ଚଳରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିବା ଦେଖିବାକୁ ମିଳିଛି । ବିରିତୋଳି ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁ, ବଟୁପ୍ରଧାନ,ଶୁରିଆ ପ୍ରଧାନ,କାଳୁ ପ୍ରଧାନଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ମାଡପିଟ୍ ହୋଇଥିବା ମିଳିଛି ସୂଚନା।
କଟୁରୀ ଆଉ ଠେଙ୍ଗା ଆକ୍ରମଣରେ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ପରିବାରର ୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ସାମାନ୍ୟ ଅହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ କଣାସ ଡାକ୍ତରଖାନାରେ ଭର୍ତିକରାଯାଇଥିଲା। କିନ୍ତୁ ସେଠାରେ ପବିତ୍ର ମାର୍ଥାଙ୍କ ଅବସ୍ଥା ଗୁରୁତର ହେବାରୁ ଖୋର୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


